କରୋନା ମୁକାବିଲା ପ୍ରସ୍ତୁତି: ୨ ବର୍ଷ ପାଇଁ ମିଳିବନି ଏମ୍‌ପି ଫଣ୍ଡ୍‌

ନୂଆଦିଲ୍ଲୀ,୬।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆସନ୍ତା ୨ ବର୍ଷ ପାଇଁ ଏମ୍‌ପି ଫଣ୍ଡ୍‌ ମିଳିବନି ବୋଲି କ୍ୟାବିନେଟ୍‌ ବୈଠକରେ ସ୍ଥିର ହୋଇଛି। ବୈଠକରେ ୧୯୫୪ ସଂସଦୀୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ଅନ୍ତର୍ଗତ ମନ୍ତ୍ରୀ ଏବଂ ପ୍ରତି ଏମ୍‌ପି ସ୍ବେଚ୍ଛାକୃତଭାବେ ୩୦ ପ୍ରତିଶତ କମ୍‌ ଦରମା ନେବେ ବୋଲି କେନ୍ଦ୍ରୀୟମନ୍ତ୍ରୀ ପ୍ରକାଶ ଜାଭେଡ଼କର ସୂଚନା ଦେଇଛନ୍ତି। ସେହିପରି ରାଷ୍ଟ୍ରପତି ,ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କ ଦରମା ମଧ୍ୟ କମ୍‌ କରାଯାଇଛି। ଏହା ଚଳିତ ବର୍ଷ ଏପ୍ରିଲ୍‌ ୧ଠାରୁ ଲାଗୁହେବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧ୍ୟାଦେଶ ଜାରି କରିବେ। ସଂଗ୍ରହ ହୋଇଥିବା ଅର୍ଥକୁ କରୋନା ବିରୋଧରେ ଲଢ଼େଇରେ ବିନିଯୋଗ କରାଯିବ ବୋଲି ଜାଭେଡ଼କର କହିଛନ୍ତି।

Share