କରୋନା ମୁକାବିଲା ପ୍ରସ୍ତୁତି: ଔଷଧ, ଷ୍ଟାଫ୍‌ ମାଗିଲା ଏସ୍‌ସିବି

କଟକ ଅଫିସ, ୧୩।୩: କରୋନା ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲରେ ଏକ ସ୍ବତନ୍ତ୍ର ଓ୍ବାର୍ଡ ଗଠନ କରାଯାଇଛି। ଏହି ସ୍ବତନ୍ତ୍ର ଓ୍ବାର୍ଡ ପାଇଁ ଔଷଧ ଓ ଷ୍ଟାଫ୍‌ ଯୋଗାଇ ଦେବାକୁ ଏସ୍‌ସିବି ମେଡିକାଲ ଅଧିକ୍ଷକଙ୍କ ପକ୍ଷରୁ ଶୁକ୍ରବାର ଡିଏମ୍‌ଇଟିଙ୍କୁ ଏକ ଚିଠି ଲେଖାଯାଇଛି। କରୋନା କିଟ୍‌, ମାସ୍କ, ଥର୍ମୋ ସେନ୍‌ସର ଆଦି ଯନ୍ତ୍ରାଂଶ ପାଇଁ ମଧ୍ୟ ଉକ୍ତ ଚିଠିରେ ମଗାଯାଇଛି। ଏଥିସହ ୨୭ ଷ୍ଟାଫ୍‌ ନର୍ସ, ୪ ଫାର୍ମାସିଷ୍ଟ, ୧୨ ଗ୍ରୁପ୍‌୍‌ ଡି, ୪ ସୁରକ୍ଷା କର୍ମୀ ଆବଶ୍ୟକ ଥିବା ଏସ୍‌ସିବି ଅଧିକ୍ଷକ ଦର୍ଶାଇଛନ୍ତି। ବିଶେଷକରି ଔଷଧ ଓ ଷ୍ଟାଫ୍‌ ତୁରନ୍ତ ଯୋଗାଇ ଦେବାକୁ ସେ କହିଛନ୍ତି।