‘କରୋନା’ ମୁକାବିଲାରେ ଷ୍ଟାର୍ଟଅପ୍‌

ଭୁବନେଶ୍ୱର, ୧୪ା୪: କରୋନା ମୁକାବିଲା ପାଇଁ ଏବେ ସାମୂହିକ ଲଢ଼େଇ ଚାଲିଛି। ଲକ୍‌ଡାଉନ୍‌ ପାଇଁ ବର୍ତ୍ତମାନ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏଭଳିସ୍ଥଳେ ସ୍ବାସ୍ଥ୍ୟ ସେବା, ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି, ସାମାଜିକ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକାଧିକ ଷ୍ଟାର୍ଟଅପ୍‌ ସେମାନଙ୍କ କାର୍ଯ୍ୟଧାରାକୁ ବଦଳାଇ ଦେଇଛନ୍ତି। ଏକାଠି ହୋଇ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ପୂର୍ବରୁ ବିଜ୍‌ନେସ୍‌-ଟୁ-ବିଜ୍‌ନେସ୍‌(ବିଟୁବି) ଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ଏବେ ଇ-କମର୍ସ ପ୍ଲାଟଫର୍ମ ଭଳି ବିଜ୍‌ନେସ୍‌-ଟୁ-କନ୍‌ଜ୍ୟୁମର୍‌(ବିଟୁସି) ଫର୍ମାଟରେ କାର୍ଯ୍ୟ କରୁଛନ୍ତି। ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ସିଧାସଳଖ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଇ ଦେଉଛନ୍ତି। ହୋମ୍‌ ଡେଲିଭରୀରୁ ଆରମ୍ଭ କରି ଇ-ମେଡିସିନ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
କେବଳ ଓଡ଼ିଶାରେ ନୁହେଁ, ଜାତୀୟସ୍ତରରେ ମଧ୍ୟ ଏକାଧିକ ସଂସ୍ଥା ଏବେ କରୋନା ସଂକ୍ରମଣ ରୋକିବାକୁ ଆଗେଇ ଆସିଛନ୍ତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ଟେକ୍‌ ଷ୍ଟାର୍ଟଅପ୍‌ ସହଯୋଗରେ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟର ସରକାର ‘ଆରୋଗ୍ୟ ସେତୁ’, ‘କରୋନା କବଚ’, ‘ମହାକବଚ’, ‘କୋଭିଡ୍‌-୧୯ କ୍ୱାରାଣ୍ଟାଇନ ମନିଟର୍‌’, ‘କ୍ୱାରାଣ୍ଟାଇନ୍‌ ୱାଚ୍‌’, ‘କରୋନା ୱାଚ୍‌’, ‘କୋଭିଡ୍‌-୧୯ ଫିଡ୍‌ବ୍ୟାକ’ ଭଳି ଆପ୍‌ ପ୍ରସ୍ତୁତ କରିଛନ୍ତି। ଫଳରେ ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ସହ କରୋନା ସନ୍ଦିଗ୍ଧଙ୍କ ସମ୍ପୂର୍ଣ୍ଣ ତଥ୍ୟ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରାକ୍‌ କରିବାରେ ସହଜ ହୋଇଛି। କ୍ରେଡ୍‌, ହୋମ୍‌ଲେନ୍‌, ବ୍ଲାକ୍‌ବକ୍‌, ମାଇଁଗେଟ୍‌, ୱାନ୍‌ଏମ୍‌ଜି, ମ୍ୟାପ୍‌ମାଇଁଇଣ୍ଡିଆ ଭଳି ଏକାଧିକ ପ୍ରତିଷ୍ଠିତ ସଂସ୍ଥା ଟେଲିମେଡିସିନ ମାଧ୍ୟମରେ ଟେଷ୍ଟିଂ, ମଲ୍ଟିଷ୍ଟେଜ୍‌ ଟେଷ୍ଟିଂ ପ୍ରୋସିଜିଓର୍‌, ଟେଷ୍ଟ୍‌କିଟ୍‌ ଓ ବିଭିନ୍ନ ମେଡିକାଲ ଉପକରଣ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ସେହିଭଳି ଷ୍ଟେଜ୍‌-୩ ପାଇଁ ଭାରତକୁ ପ୍ରସ୍ତୁତ ରଖିବା, ଗୋଷ୍ଠୀ ସଂକ୍ରମଣକୁ ଆକଳନ କରିବା ଭଳି କ୍ଷେତ୍ରରେ ମଧ୍ୟ ଏମାନେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri