କରୋନା ଭୂତାଣୁର ମୂଳ ଖୋଜାଯାଉ

ନୂଆଦିଲ୍ଲୀ,୧୯ା୫(ପି.ଟି.): ପ୍ରାଣଘାତୀ କରୋନା ଭୂତାଣୁର ମୂଳ ଖୋଜି ବାହାର କରିବା ସହ ଏହି ସଙ୍କଟର ମୁକାବିଲା ଲାଗି ବିଶ୍ୱସ୍ତରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ନିରପେକ୍ଷ ତଥା ବିସ୍ତୃତ ମୂଲ୍ୟାୟନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଭାରତ ସମେତ ୧୨୦ ରାଷ୍ଟ୍ର ପକ୍ଷରୁ ଦାବି ହୋଇଛି। ଅନ୍ତର୍ଜାତୀୟ ଚାପ ବଢ଼ିବାରୁ ଚାଇନା କୋଭିଡ୍‌-୧୯ ଭୂତାଣୁର ଉତ୍ସ ଖୋଜି ବାହାର କରିବା ଦିଗରେ ତଦନ୍ତ ପାଇଁ ରାଜି ହୋଇଛି। କୋଭିଡ୍‌-୧୯ ସଂକ୍ରମଣ ଆରମ୍ଭ ହେବା ଦିନରୁ ଚାଇନା ନିଷ୍କପଟତା ଓ ସ୍ବଚ୍ଛତାର ସହ କାର୍ଯ୍ୟ କରିଆସିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ କହିଛନ୍ତି।
ଚାଇନାର ଉହାନ ସହରରେ କରୋନା ଭୂତାଣୁ କିପରି ସୃଷ୍ଟି ହେଲା ଏବଂ ଏହା ଜଣାପଡ଼ିବା ପରେ ବେଜିଂ କ’ଣ ପଦକ୍ଷେପ ନେଇଥିଲା ତାହାର ତଦନ୍ତ କରାଯାଉ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମେତ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଦାବି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଚ୍‌ଓର ଦୁଇଦିନିଆ ବିଶ୍ୱ ସ୍ବାସ୍ଥ୍ୟ ସମ୍ମିଳନୀ ସୋମବାର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ତାଇଓ୍ବାନକୁ ଡବ୍ଲ୍ୟୁଏଚ୍‌ଓରେ ସାମିଲ କରିବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ଚାପ ପକାଉଥିବାବେଳେ ଚାଇନା ଏହାକୁ ଜୋର୍‌ଦାର ବିରୋଧ କରିଛି। ତାଇଓ୍ବାନ ଚାଇନାର ଅଂଶବିଶେଷ ବୋଲି ବେଜିଂ ଦାବି କରିଆସୁଛି।
କରୋନା ମହାମାରୀରେ ୩,୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ସାରା ବିଶ୍ୱରେ ପାଖାପାଖି ୪୭ ଲକ୍ଷ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଏହି ମହାମାରୀର ମୁକାବିଲା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସମ୍ମିଳନୀରେ ଅତିରିକ୍ତ ସମ୍ବଳ ଯୋଗାଡ଼ ଲାଗି ପଦକ୍ଷେପ ନିଆଯାଇପାରେ ବୋଲି ଆଶା କରାଯାଉଛି। କୋଭିଡ୍‌-୧୯ ପ୍ରତି ଡବ୍ଲ୍ୟୁଏଚ୍‌ଓ ସମନ୍ବୟରେ ଅନ୍ତର୍ଜାତୀୟ ପଦକ୍ଷେପର ସ୍ବାଧୀନ, ନିରପେକ୍ଷ ତଥା ବିସ୍ତୃତ ମୂଲ୍ୟାୟନ ଲାଗି ୟୁରୋପୀୟ ସଂଘ ଆଣିଥିବା ଚିଠା ପ୍ରସ୍ତାବକୁ ଶତାଧିକ ରାଷ୍ଟ୍ର ସମର୍ଥନ କରିଛନ୍ତି। ତେବେ ଏହି ପ୍ରସ୍ତାବରେ ଚାଇନା ନାଁ ନାହିଁ। କରୋନା ମହାମାରୀ ଗତବର୍ଷ ଡିସେମ୍ବରରେ ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇ ବିଶ୍ୱର ୨୦୦ରୁ ଅଧିକ ଦେଶକୁ ବ୍ୟାପିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri