ଘୋର ମାନ୍ଦାବସ୍ଥା: ଜିଡିପି ଖସିବ ୪୫%

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନରେ କରିଥିଲା। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା ବେଳେ କରୋନା ଏହାକୁ ସମ୍ପୂର୍ଣ୍ଣ ବିଗାଡ଼ିଦେଇଛି। କୋଭିଡ୍‌-୧୯ ପ୍ରଭାବ ଯୋଗୁ ସରକାର ସାରା ଦେଶକୁ ଲକ୍‌ଡାଉନ୍‌ରେ ରଖିଛନ୍ତି। ଏହା ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ରହିବା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବଜାରରେ ଏବେ ଚାହିଦା ନ ଥିବା ବେଳେ ଦୀର୍ଘଦିନ ବନ୍ଦ ହୋଇ ରହିଥିବା ବଜାର ସ୍ଥିତାବସ୍ଥାକୁ ଫେରିବା ନେଇ କଷ୍ଟକର ହୋଇପଡୁଛି। ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ଲାଗି ଉପୁଜିଥିବା ସମସ୍ୟା କାରଣରୁ ଭାରତରେ ମାନ୍ଦାବସ୍ଥା ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଇଛି। ମାନ୍ଦାବସ୍ଥାର ସବୁଠାରୁ ଭୟଙ୍କର ସ୍ଥିତି ଭାରତ ଦେଖିବ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ପକ୍ଷରୁ କୁହାଯାଇଛି।
ମାନ୍ଦାବସ୍ଥା ଯୋଗୁ ଜିଡିପି ବାର୍ଷିକ ଭିତ୍ତିରେ ପ୍ରାୟ ୨୦% ଖସିବ ବୋଲି ଗୋଲ୍ଡମ୍ୟାନ୍‌ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ପ୍ରାୟ ୪୫% ଖସିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି। ସେହିଭଳି ତୃତୀୟ ତ୍ରୈମାସ ଲାଗି ଏହା ୨୦% ରହିଥିବା ବେଳେ ଚତୁର୍ଥ ତ୍ରୈମାସ ଏବଂ ଆସନ୍ତା ଆର୍ଥତ୍କ ବର୍ଷ ପ୍ରଥମ ଲାଗି ଯଥାକ୍ରମେ ୧୪% ଏବଂ ୬.୫% ପ୍ରଭାବିତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ପ୍ରାୟ ୫% ଖସିବା ନେଇ ଆକଳନ କରାଯାଇଛି। ଭାରତ ପୂର୍ବରୁ ଯେତେ ବି ମାନ୍ଦାବସ୍ଥାର ସାମ୍ନା କରିଛି, ଏହା ସବୁଠାରୁ ଭୟଙ୍କର ବୋଲି ଗୋଲ୍ଡ ମ୍ୟାନର ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର ଏବଂ ଆଣ୍ଡ୍ର୍ୟୁ ଟିଲ୍‌ଟନ କହିଛନ୍ତି।
ସରକାର ସାରା ଦେଶରେ ଲକ୍‌ଡାଉନକୁ ମେ ୩୧ ଯାଏ ବଢ଼ାଇଛନ୍ତି। କେତେକ କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ପ୍ରଦାନ କରାଯାଇଛି। ସାରା ଦେଶରେ କରୋନା ମାମଲା ଥମିବାର ନାଁ ନେଉ ନ ଥିବା ବେଳେ ଶିଳ୍ପଗୁଡିକର କାରବାର ଠପ୍‌ ହୋଇ ପଡିଛି। କୋଭିଡ୍‌-୧୯ ଲାଗି ହୋଇଥିବା ସମସ୍ୟା ସମାଧାନ ଏବଂ ବଜାରକୁ ପୁନର୍ଜୀବିତ କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି, ଯାହା ମୋଟ ଜିଡିପିର ୧୦%। ବିଭିନ୍ନ କ୍ଷେତ୍ରକୁ ସମ୍ଭାଳିବା ତଥା ଆର୍ଥତ୍କ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଢାଞ୍ଚାଗତ ସଂସ୍କାର ପଦକ୍ଷେପ ହାତକୁ ନିଆଯାଇଛି। ଏହି ସଂସ୍କାରଗୁଡିକ ମଧ୍ୟମ ମିଆଦୀ ଭିତ୍ତିକ ହୋଇ ଥିବାରୁ ଅଭିବୃଦ୍ଧିକୁ ଫେରାଇ ଆଣିବାରେ ସହାୟକ ହେବନି ବୋଲି ଅର୍ଥନୀତିଜ୍ଞ କହିଛନ୍ତି। ଏହି ଯୋଜନାର ରୂପାୟନ କିଭଳି ହେଉଛି ଏବଂ ଏହାର ଲାଭ ଅର୍ଥ ବ୍ୟବସ୍ଥାକୁ କିଭଳି ମିଳୁଛି, ତାହା ମଧ୍ୟ ତର୍ଜମା କରାଯିବ ବୋଲି ଗୋଲ୍ଡମ୍ୟାନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri