ଘୋର ମାନ୍ଦାବସ୍ଥା: ଜିଡିପି ଖସିବ ୪୫%

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନରେ କରିଥିଲା। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା ବେଳେ କରୋନା ଏହାକୁ ସମ୍ପୂର୍ଣ୍ଣ ବିଗାଡ଼ିଦେଇଛି। କୋଭିଡ୍‌-୧୯ ପ୍ରଭାବ ଯୋଗୁ ସରକାର ସାରା ଦେଶକୁ ଲକ୍‌ଡାଉନ୍‌ରେ ରଖିଛନ୍ତି। ଏହା ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ରହିବା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବଜାରରେ ଏବେ ଚାହିଦା ନ ଥିବା ବେଳେ ଦୀର୍ଘଦିନ ବନ୍ଦ ହୋଇ ରହିଥିବା ବଜାର ସ୍ଥିତାବସ୍ଥାକୁ ଫେରିବା ନେଇ କଷ୍ଟକର ହୋଇପଡୁଛି। ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ଲାଗି ଉପୁଜିଥିବା ସମସ୍ୟା କାରଣରୁ ଭାରତରେ ମାନ୍ଦାବସ୍ଥା ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଇଛି। ମାନ୍ଦାବସ୍ଥାର ସବୁଠାରୁ ଭୟଙ୍କର ସ୍ଥିତି ଭାରତ ଦେଖିବ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ପକ୍ଷରୁ କୁହାଯାଇଛି।
ମାନ୍ଦାବସ୍ଥା ଯୋଗୁ ଜିଡିପି ବାର୍ଷିକ ଭିତ୍ତିରେ ପ୍ରାୟ ୨୦% ଖସିବ ବୋଲି ଗୋଲ୍ଡମ୍ୟାନ୍‌ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ପ୍ରାୟ ୪୫% ଖସିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି। ସେହିଭଳି ତୃତୀୟ ତ୍ରୈମାସ ଲାଗି ଏହା ୨୦% ରହିଥିବା ବେଳେ ଚତୁର୍ଥ ତ୍ରୈମାସ ଏବଂ ଆସନ୍ତା ଆର୍ଥତ୍କ ବର୍ଷ ପ୍ରଥମ ଲାଗି ଯଥାକ୍ରମେ ୧୪% ଏବଂ ୬.୫% ପ୍ରଭାବିତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ପ୍ରାୟ ୫% ଖସିବା ନେଇ ଆକଳନ କରାଯାଇଛି। ଭାରତ ପୂର୍ବରୁ ଯେତେ ବି ମାନ୍ଦାବସ୍ଥାର ସାମ୍ନା କରିଛି, ଏହା ସବୁଠାରୁ ଭୟଙ୍କର ବୋଲି ଗୋଲ୍ଡ ମ୍ୟାନର ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର ଏବଂ ଆଣ୍ଡ୍ର୍ୟୁ ଟିଲ୍‌ଟନ କହିଛନ୍ତି।
ସରକାର ସାରା ଦେଶରେ ଲକ୍‌ଡାଉନକୁ ମେ ୩୧ ଯାଏ ବଢ଼ାଇଛନ୍ତି। କେତେକ କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ପ୍ରଦାନ କରାଯାଇଛି। ସାରା ଦେଶରେ କରୋନା ମାମଲା ଥମିବାର ନାଁ ନେଉ ନ ଥିବା ବେଳେ ଶିଳ୍ପଗୁଡିକର କାରବାର ଠପ୍‌ ହୋଇ ପଡିଛି। କୋଭିଡ୍‌-୧୯ ଲାଗି ହୋଇଥିବା ସମସ୍ୟା ସମାଧାନ ଏବଂ ବଜାରକୁ ପୁନର୍ଜୀବିତ କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି, ଯାହା ମୋଟ ଜିଡିପିର ୧୦%। ବିଭିନ୍ନ କ୍ଷେତ୍ରକୁ ସମ୍ଭାଳିବା ତଥା ଆର୍ଥତ୍କ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଢାଞ୍ଚାଗତ ସଂସ୍କାର ପଦକ୍ଷେପ ହାତକୁ ନିଆଯାଇଛି। ଏହି ସଂସ୍କାରଗୁଡିକ ମଧ୍ୟମ ମିଆଦୀ ଭିତ୍ତିକ ହୋଇ ଥିବାରୁ ଅଭିବୃଦ୍ଧିକୁ ଫେରାଇ ଆଣିବାରେ ସହାୟକ ହେବନି ବୋଲି ଅର୍ଥନୀତିଜ୍ଞ କହିଛନ୍ତି। ଏହି ଯୋଜନାର ରୂପାୟନ କିଭଳି ହେଉଛି ଏବଂ ଏହାର ଲାଭ ଅର୍ଥ ବ୍ୟବସ୍ଥାକୁ କିଭଳି ମିଳୁଛି, ତାହା ମଧ୍ୟ ତର୍ଜମା କରାଯିବ ବୋଲି ଗୋଲ୍ଡମ୍ୟାନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?