କରୋନା ଭିନ୍ନ ଅନ୍ୟ ରୋଗରେ ୨ କୋଭିଡ-୧୯ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ୨ କୋଭିଡ-୧୯ ସଂକ୍ରମିତଙ୍କ ମୃତ୍ୟୁ କରୋନା ଭିନ୍ନ ଅନ୍ୟ ରୋଗରେ ପୀଡ଼ିତ ଥିବା ଯୋଗୁ ହୋଇଛି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲାର ଜଣେ ନାବାଳକ ଏବଂ ପୁରୀ ଜିଲାର ଜଣେ ବ୍ୟକ୍ତି ଅଛନ୍ତି।
ନବରଙ୍ଗପୁର ଜିଲାର ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି। ସେ ଡାଇବେଟିସ୍‌ କେଟୋଏସିଡୋସିସ୍‌ (ଡାଇବେଟିସ୍‌ କୋମା)ରେ ପୀଡ଼ିତ ଥିଲେ। ସେହିଭଳି ପୁରୀ ଜିଲାର ୫୩ ବର୍ଷୀୟ ବ୍ୟକ୍ତିଙ୍କର ଓସୋଫାଗସ୍‌ କର୍କଟ ରୋଗ, ହେପାଟିକ୍‌ ଆଟେରୀ ସିଉଡୋଏନ୍ୟୁରିଜିମ୍‌, ହୋମୋଟୋମେସିସ୍‌ କାରଣରୁ ମୃତ୍ୟୁ ଘଟିଛି ବୋଲି ପୂର୍ବାହ୍ନରେ ରାଜ୍ୟ ସ୍ବାସ୍ଥ୍ୟ ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।