କରୋନା ଭାଇରସ: ସାନିଟାଇଜରର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ଲାଗି କ୍ଷତିକାରକ

ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଆରମ୍ଭରୁ ସ୍ବଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତି। ସର୍ବାଧିକ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ହାତରେ ଥିବାରୁ ବାରମ୍ବାର ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି। ତେବେ ସବୁ ସ୍ଥାନରେ ହାତ ଧୋଇବା ସମ୍ଭବ ନୁହେଁ। ବିଶେଷକରି କର୍ମକ୍ଷେତ୍ରରେ କିମ୍ବା ଯାତ୍ରା ସମୟରେ। ଏଭଳି ପରିସ୍ଥିତିରେ ଲୋକମାନେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି। ମାତ୍ର ଏହାର ଅତ୍ୟଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଆମ ହାତରୁ ଜୀବାଣୁ ସଫାକରି ପାପୁଲିରେ ଏକ ଛୋଟ ସୁଗନ୍ଧ ଛାଡ଼ିଥାଏ। ମାତ୍ର ଏହାର ଅଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କିପରି କ୍ଷତିକାରକ ହୋଇଥାଏ ଜାଣନ୍ତୁ ସେ ବିଷୟରେ।

ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ ନାମକ ଏକ ରାସାୟନିକ ପଦାର୍ଥ ଥାଏ । ଏହା ଚର୍ମକୁ ଶୁଷ୍କ କରିଥାଏ। ଏହାର ଅଧିକ ବ୍ୟବହାର ଦ୍ୱାରା ରାସାୟନିକ ପଦାର୍ଥ ରକ୍ତରେ ମିଶିଥାଏ। ପରେ ଏହା ମାଂସପେଶୀର ନିୟନ୍ତ୍ରଣକୁ କ୍ଷତି ପହଞ୍ଚାଏ।

 

ଏଥିରେ ବେନ୍‌ଜାଲକୋନିୟମ କ୍ଲୋରାଇଡ ମଧ୍ୟ ରହିଥାଏ। ଯାହା ହାତରେ ଜୀବାଣୁକୁ ବାହାର କରିଥାଏ। ମାତ୍ର ଏହାର ଅତ୍ୟଧିକ ବ୍ୟବହାର ଚର୍ମ ପାଇଁ ଭଲ ନୁହେଁ । ଏହାର ଅଧିକ ବ୍ୟବହାର ହାତ କୁଣ୍ଡେଇ ହେବା ଭଳି ସମସ୍ୟା ସୃଷ୍ଟି କରିଥାଏ।

ସୁଗନ୍ଧ ପାଇଁ ସାନିଟାଇଜରରେ ଫଥାଲେଟ୍ସ ନାମକ ଏକ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ। ଏହାର ଅଧିକ ବ୍ୟବହାର କ୍ଷତିକାରକ ହେବା ସହ ଅତ୍ୟଧିକ ସୁଗନ୍ଧିତ ସାନିଟାଇଜର ଯକୃତ୍‌, କିଡ୍‌ନୀ, ଫୁସ୍‌ଫୁସ୍‌ ଏବଂ ପ୍ରଜନନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ।

ଅନେକ କମ୍ପାନୀର ସାନିଟାଇଜରରେ ମଦର ବ୍ୟବହାର କରାଯାଇଥାଏ। ଏଭଳି ସ୍ଥିତିରେ ଛୋଟପିଲାଙ୍କ ଏହାର ବ୍ୟବହାର କ୍ଷତି କାରକ ହୋଇଥାଏ। ଏହାକୁ ବ୍ୟବହାର କରି କିଛି ଖାଇବା ଫଳରେ ଏହା ପେଟକୁ ଯାଇଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥା


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri