କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୧,୮୬୮

ବେଜିଂ,୧୮।୨: କରୋନା ଭାଇରସ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ଏଠାରେ ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। ଏବେସୁଦ୍ଧା ସେଠାରେ କରୋନା ଭାଇରସରେ ସଂକ୍ରମିତ ହୋଇ ୧,୮୬୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ସଂକ୍ରମିତଙ୍କ ସଂଖ୍ୟା ୭୨,୪୩୬ରେ ପହଞ୍ଚିଛି। ଏହାସହ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୧୨,୫୫୨ଜଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରୁକ ଯିବାକୁ ଅନୁମତି ମିଳିସାରିଛି। ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ଶେଷ ବେଳକୁ କରୋନା ଭାଇରସ ଚାଇନାରେ ଦେଖା ଦେଇଥିବା ବେଳେ ଏହା ଦ୍ରୁତ ଗତିରେ ମାଡି ଚାଲିଥିଲା। ବିଶେଷ କରି ଏହାର ଚିକିତ୍ସା ପାଇଁ ସେମିତି କୌଣସି ଔଷଧ ନ ଥିବାରୁ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ଏବେ ଏହି କରୋନା ଭାଇରସ ଚାଇନା ସମେତ ପ୍ରାୟ ୨୦ଟି ଦେଶକୁ ବ୍ୟାପି ଯାଇଥିବା କୁହାଯାଉଛି।

Share