କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ଘୋଷଣା କରାଯିବ ନାହିଁ ବୋଲି ଜଣାପଡିଛି। ଏହି ସୂଚନା ରଣବୀର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ସେ କହିଛନ୍ତି ‘୮୩’ କେବଳ ତାଙ୍କର ଫିଲ୍ମ ନୁହେଁ ଏହା ଦେଶର ଫିଲ୍ମ। ତେଣୁ ଦେଶର ସ୍ବାସ୍ଥ୍ୟ ଓ ସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ରିଲିଜ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ କ୍ରିକେଟ ଦଳ ୧୯୮୩ରେ ଜିତିଥିବା ବିଶ୍ୱକପକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି। ସେତେବେଳେ କପିଲ ଦେବ କ୍ୟାପଟେନ ଥିବା ବେଳେ ରଣବୀର ସିଂ କପିଳ ଦେବଙ୍କ ଚରିତ୍ରରେ ଏହି ଫିଲ୍ମରେ ନଜର ଆସୁଛନ୍ତି। ଦୀପିକା କପିଳ ଦେବଙ୍କ ପତ୍ନୀ ରୋମିଙ୍କ ଭୂମିକାରେ ନଜର ଆସିବେ। ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇସାରିଛି। ଏବେ କରୋନା ଭାଇରସର ପ୍ରଭାବକୁ ଦେଖି ପ୍ରାୟ ସମସ୍ତ ରାଜ୍ୟରେ ସିନେମା ହଲ୍‌ ବନ୍ଦ କରଯାଇଥିବାରୁ ଏବେ କୌଣସି ଫିଲ୍ମ ରିଲିଜ୍‌ କରାଯାଉ ନାହିଁ। ମାର୍ଚ୍ଚ ୨୪ରେ ଏହି ଫିଲ୍ମ ରିଲିଜ୍‌ କରିବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। କେବେ ରିଲିଜ୍‌ ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ୪୧ ଡିଗ୍ରୀ ଟପିଲା ତାତି, ୧୮ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୩ା୪(ବନ୍ଦନା ସେଠୀ): ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହରରେ ପରିଣତ…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଆଜି ଭୁବନେଶ୍ୱର ପାଳୁଛି ପ୍ରତିଷ୍ଠା ଦିବସ, ଏହି ଦିନରେ…

ଭୁବନେଶ୍ୱର,୧୩ା୪: ଆଜି ଅର୍ଥାତ୍‌ ସୋମବାର ୭୯ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ଆଜି ରାଜଧାନୀ ୭୮ ତମ ପ୍ରତିଷ୍ଠା ଦିବସ ପାଳି ୭୯ ବର୍ଷକୁ ଅଗ୍ରସର…

ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ଉଗ୍ର ପ୍ରଦର୍ଶନ, ପୋଲିସ ଉପରକୁ ପଥର ମାଡ଼

ନୋଏଡା,୧୩।୪: ନୋଏଡାର ବିଭିନ୍ନ ସେକ୍ଟରର ବିଭିନ୍ନ କମ୍ପାନୀର କର୍ମଚାରୀମାନେ ସୋମବାର ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଥିଲେ। ଗତ ତିନିରୁ ଚାରି ଦିନ ଧରି ଚାଲିଥିବା ଏହି…

ବେପରୁଆ ବୟାନ ଦେଲେଣି ଟ୍ରମ୍ପ, ଇରାନକୁ ନେଇ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୩।୪: ଇସଲାମାବାଦରେ ଆଲୋଚନା ଭାଙ୍ଗିବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଇରାନ ପରମାଣୁ ଅସ୍ତ୍ର ରଖିବା…

ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…

‘ଆଶାଙ୍କ କଣ୍ଠରେ ‘ଳ’ ଉଚ୍ଚାରଣ ନ ହେବାରୁ କାଳିଆ ସ୍ଥାନରେ କରାଗଲା ମଣିମା’

ଭୁବନେଶ୍ୱର,୧୩ା୪: ଆଶା ଭୋସ୍‌ଲେ, ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ। ସଂଗୀତ ପ୍ରତି ସମର୍ପିତ ଏହି ଗାୟିକା ଭଜନ, ଗଜଲ, ଶାସ୍ତ୍ରୀୟ ସଙ୍ଗୀତ, ପପ୍‌ ମ୍ୟୁଜିକ୍‌…

ମା’ ରାମଚଣ୍ଡୀଙ୍କ ଚନ୍ଦନ ପୋଖରୀରେ ଆଣ୍ଠୁଏ ପାଣି, ମେଳାରେ ସମସ୍ୟା ଭୋଗିବେ ବ୍ୟବସାୟୀ, ଅସନ୍ତୋଷ ପ୍ରକାଶ କରି…

ମହାକାଳପଡ଼ା,୧୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri