‘ଆଶାଙ୍କ କଣ୍ଠରେ ‘ଳ’ ଉଚ୍ଚାରଣ ନ ହେବାରୁ କାଳିଆ ସ୍ଥାନରେ କରାଗଲା ମଣିମା’

ଭୁବନେଶ୍ୱର,୧୩ା୪: ଆଶା ଭୋସ୍‌ଲେ, ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ। ସଂଗୀତ ପ୍ରତି ସମର୍ପିତ ଏହି ଗାୟିକା ଭଜନ, ଗଜଲ, ଶାସ୍ତ୍ରୀୟ ସଙ୍ଗୀତ, ପପ୍‌ ମ୍ୟୁଜିକ୍‌ ଆଦିରେ ନିଜର ସ୍ବକୀୟତା ପ୍ରତିପାଦନ କରିଛନ୍ତି। ଦୀର୍ଘ ୮୦ ବର୍ଷରୁ ଊର୍ଦ୍ଧ୍ୱ କାଳ ୨୦ଟି ଭାଷାରେ ୧୨,୦୦୦ରୁ ଊର୍ଦ୍ଧ୍ୱ ଗୀତ ଗାଇ ନିଜ କଣ୍ଠର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ରଖିଥିବା ଏହି ପ୍ରଖ୍ୟାତ ଗାୟିକାଙ୍କ ପରଲୋକ ହୋଇଯାଇଛି ସତ, କିନ୍ତୁ କାଳଜୟୀ ଅନେକ ଗୀତ ତାଙ୍କୁ ସବୁଦିନ ଶ୍ରୋତାଙ୍କ ପାଖରେ ସ୍ମରଣୀୟ କରି ରଖିବ।

୨୦୧୬ ମସିହାର ଶେଷ ଭାଗ। ତା’ ପର ବର୍ଷ ରଥ ଯାତ୍ରାକୁ ଲକ୍ଷ୍ୟ ରଖି ଲତା ମଙ୍ଗେସକର ଗାଇବା ଲାଗି ୭ଟି ଭଜନ ପ୍ରସ୍ତୁତ କରି ସଙ୍ଗୀତ ନିର୍ଦ୍ଦେଶକ ଦେବୀତୋଷ ଆଚାର୍ଯ୍ୟଙ୍କ ସହ ମୁମ୍ବାଇ ଯାଇଥିଲୁ। ସେଠାରେ ଲତାଙ୍କ ପି.ଏ.ଙ୍କୁ ଭେଟି ଏ ବିଷୟରେ ସବିଶେଷ କଥା ହେଲୁ। ମାତ୍ର ତାଙ୍କ ଡାକ୍ତର ଲତା ଗାଇବା ପାଇଁ ଏବେ ସମର୍ଥ ନୁହନ୍ତି ବୋଲି ରୋକ୍‌ଠୋକ୍‌ ଜଣାଇ ଦେଲେ। ତେଣୁ ଆମେ ନିରୁପାୟ ହୋଇ ଫେରିବା ପାଇଁ ଚିନ୍ତା କଲୁ। ସେଠାରୁ ବାହାରି ଆସିବା ବେଳକୁ ସେହି ପି.ଏ. କହିଲେ, ‘ଆପଣମାନେ ଆଶା ତାଇଙ୍କ ପାଇଁ ବି ଚେଷ୍ଟା କରିପାରିବେ। ଆମେ ସେଇଠି ପୁଣି ଚିନ୍ତା କଲୁ ଯେ ଲତା ନ ହେଲେ ଆଶା ଗାଇଲେ ବି ଚଳିଯିବ। ତେଣୁ ଆମେ ତାଙ୍କ କଥାରେ ରାଜି ହେବା ପରେ ସେ ଯୋଗାଯୋଗ କରାଇଦେଲେ। ଆମେ ଯାଇ ଆଶା ଭୋସଲେଙ୍କୁ ଭେଟିଲୁ। ତାଙ୍କୁ ଜଗନ୍ନାଥଙ୍କ ମୂର୍ତ୍ତି ଏବଂ ମହାପ୍ରସାଦ ଦେଲୁ। ଏସବୁ ପାଇ ସେ ଅତ୍ୟନ୍ତ ଆନନ୍ଦିତ ହେଲେ। ଏଥିସହ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ସମ୍ମତି ପ୍ରଦାନ କରି କମ୍ପୋଜିଶନ କରି ପଠାଇବାକୁ କହିଲେ। ସେଇଠୁ ଆମେ ଭୁବନେଶ୍ୱର ଫେରି ଆସିଲୁ ଏବଂ କମ୍ପୋଜିଶନ ପ୍ରସ୍ତୁତ କରି ପୁଣି ମୁମ୍ବାଇ ଗଲୁ। ସେଠାରେ ଆଶା ଆମ କମ୍ପୋଜିଶନ ଶୁଣିବା ପରେ ଖୁସି ହେଲେ ଏବଂ ଭଜନ ଗାଇବାକୁ ହଁ ଭରିଲେ। ସେଠାରେ ମୁଁ ତାଙ୍କୁ କେତୋଟି ଶବ୍ଦର ଅର୍ଥ ବୁଝାଇଲି। କିନ୍ତୁ ତାଙ୍କର ‘ଳ’ ଅକ୍ଷରଟି ଉଚ୍ଚାରଣରେ ଅସୁବିଧା ହେବାରୁ ‘କାଳିଆ’ ଶବ୍ଦକୁ ବଦଳାଇ ‘ମଣିମା’ କରାଗଲା। ସେ ଗାଇଥିବା ଗୀତଟି ଥିଲା ‘ତୁମେ ଏକା ସାଆନ୍ତ ବୋଲି…ଦୁଃଖ ମୁଁ ଯାଇଛି ଭୁଲି …ମଣିମା..’। ସେ ଗାଇବା ପରେ ସେଠାରେ ଉପସ୍ଥିତ ଥିବା ସଙ୍ଗୀତ ନିର୍ଦ୍ଦେଶକଙ୍କ ସମେତ ସମସ୍ତେ ଖୁସି ହୋଇଗଲୁ। ଗୀତଟି ଶୁଣିବା ପରେ ଆମେ ଲତା ଏବଂ ଆଶାଙ୍କ ସ୍ବରରେ କିଛି ଫରକ ଜାଣିପାରି ନ ଥିଲୁ। ଏବେବି ସେ କଥା ମୋ ସ୍ମୃତିରେ ସଜଳ ହୋଇ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?