କରୋନା ପରେ ଆସୁଛି ନୂଆ ମହାମାରୀ: ଆମାଜନ ଜଙ୍ଗଲରେ ଜୁନୋଟିକ୍‌ ସଂକ୍ରମଣ ଆଶଙ୍କା

ଓ୍ବାଶିଂଟନ,୧୪।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସମସ୍ତ ଦେଶ ଏକଜୁଟ ହୋଇ ଲଢ଼େଇ ଜାରି ରଖିଛନ୍ତି। ତେବେ କରୋନା ପରେପରେ ଆମାଜନର ଜଙ୍ଗଲରେ ଏକ ନୂଆ ମାରାତ୍ମକ ରୋଗ ଦେଖାଯିବାର ଆଶଙ୍କା ରହିଛି। ଏନେଇ ବ୍ରାଜିଲ୍‌ର ପରିବେଶବିଜ୍ଞାନୀ ଡେଭିଡ୍‌ ଲାପୋଲା ସତର୍କ ସୂଚନା ଦେଇଛନ୍ତି। ଆମାଜନ ଜଙ୍ଗଲରେ ବ୍ୟାପକ ଜଙ୍ଗଲ କଟା ହେଉଥିବାରୁ ଏଭଳି ସ୍ଥିତି ଦେଖାଯିବ। ଏଠାରେ ଜଙ୍ଗଲ କଟାଯାଇ ସହରୀକରଣ ଜାରି ରହିଛି। ଫଳରେ ଆଗାମୀ ଦିନରେ ଜୁନୋଟିକ୍‌ ରୋଗ ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଥିବା ଲାପୋଲା କହିଛନ୍ତି। ଏହି ରୋଗର ସଂକ୍ରମଣ ପ୍ରାଣୀଙ୍କଠାରୁ ମଣିଷଙ୍କୁ ହେବ। ଆନ୍ଥାକ୍ସ୍‌, ଆସକାରିଆସିସ୍‌ ଭଳି ରୋଗ ଏହି ଶ୍ରେଣୀଭୁକ୍ତ। ଆମାଜନ ଜଙ୍ଗଲରେ ଏଭଳି ରୋଗ ଆଣୁଜୀବ ଭରି ରହିଛି। ଇତିମଧ୍ୟରେ ଏଠାରେ ୮୫ ପ୍ରତିଶତ ଜଙ୍ଗଲ କଟାଯାଇଥିବା ଲାପୋଲା କହିଛନ୍ତି। କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଗତ ୪ ମାସ ମଧ୍ୟରେ ସର୍ବାଧିକ ୧୨୦୨ ବର୍ଗ କିଲୋମିଟର ଜଙ୍ଗଲ କଟାଯାଇଛି। ଜଙ୍ଗଲରେ ମଣିଷଙ୍କ ଅବାଧ ପ୍ରବେଶ ଯୋଗୁ ଜୁନୋଟିକ୍‌ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ମଣିଷର ଏଭଳି କାର୍ଯ୍ୟ ଯୋଗୁ ଏଚ୍‌ଆଇଭି, ଇବୋଲା ଏବଂ ଡେଙ୍ଗୁ ଆଦି ରୋଗ ବ୍ୟାପିଥିବା ସେ କହିଛନ୍ତି। ଦ୍ରୁତ ସହରୀକରଣ ଏବଂ ବ୍ୟାପକ ଜଙ୍ଗଲକଟା ଯୋଗୁ ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ପୂର୍ବରୁ ଏଭଳି ରୋଗ ସୃଷ୍ଟି ହୋଇଥିଲା। ଆମାଜନରେ ଲାଗି ରହିଥିବା ଜଙ୍ଗଲକଟା ଯୋଗୁ ଆଗାମୀ ଦିନରେ ବର୍ଷାର ପରିମାଣ ମଧ୍ୟ କମିଯିବାର ଆଶଙ୍କା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri