କରୋନା ପଜିଟିଭ୍‌ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଖୋର୍ଦ୍ଧା ଅଫିସ,୧୮ା୬: ଖୋର୍ଦ୍ଧା ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଅନୁଯାୟୀ ଜିଲାରେ ପଜିଟିଭଙ୍କ ସଂଖ୍ୟା ୨୫। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କ ସୂଚନାନୁଯାୟୀ ସିଡିଏମ୍‌ଓଙ୍କ ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲାରେ (ଭୁବନେଶ୍ୱରକୁ ବାଦ୍‌ ଦେଇ) ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅର୍ଥାତ ବିଏମ୍‌ସିରେ ୧୭ ଏବଂ ଖୋର୍ଦ୍ଧାର ୪ମିଶି ସମୁଦାୟ ୨୧। କିନ୍ତୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ରହିଛି ୨୫ ପଜିିଟିଭ୍‌। ତେବେ କିଏ ଠିକ୍‌ କହୁଛନ୍ତି ତାହାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଦେଖାଦେଇଛି।