କରୋନା କଟକଣା କୋହଳ ସତ୍ତ୍ୱେ ପୁରୀ ନ ଯିବାକୁ ଡିଜିପିଙ୍କ ଅନୁରୋଧ

କଟକ ଅଫିସ,୨୪।୬: ବହୁ ବିବାଦ ପରେ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ଅବସରରେ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି। ସୋମବାର, ମଙ୍ଗଳବାର ଏବଂ ବୁଧବାର ପାଇଁ ପୁରୀକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ତେବେ ମଙ୍ଗଳବାର ରଥଯାତ୍ରା ଶେଷ ହେବା ପରେ ବୁଧବାର ପାଇଁ ପ୍ରବେଶ କଟକଣାରେ ଅନେକ କୋହଳ କରାଯାଇଛି। କିନ୍ତୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରିରହିଛି। କଟକଣା କୋହଳ ସତ୍ତ୍ୱେ ପୁରୀ ନ ଯିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ତିନି ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ଏଣୁ ପୁରୀ ନ ଯିବା ପାଇଁ ଡିଜିପି ଅଭୟ ଅନୁରୋଧ କରିଛନ୍ତି।