କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା । ଏପରି ପରିସ୍ଥିତିରେ ଟ୍ରେନ ଓ ବସ୍‌ ଚଳାଚଳ ବନ୍ଦ ଥିବାରୁ ଘରକୁ ଫେରି ପାରି ନ ଥିଲେ । ଶେଷରେ ସେ ସମ୍ବଲପୁର ଷ୍ଟେଶନରେ ଆଶ୍ରୟ ନେଇଥିଲେ। ପରେ ତାଙ୍କୁ ଏକ ଧର୍ମଶାଳାକୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ଇଣ୍ଡୋ-ତିବ୍ବତିଆନ୍‌ ବର୍ଡର ପୋଲିସ ଫୋର୍ସ (ଆଇଟିବିପିଏଫ୍‌)ର ନିରଞ୍ଜନ ବାରିକ ଉତ୍ତରାଖଣ୍ଡରେ କାର୍ଯ୍ୟରତ ଅଛନ୍ତି । ଏକ କୋର୍ଟ କାମରେ ସେ ଛୁଟିରେ ଆସି ସମ୍ବଲପୁରରେ ପହଞ୍ଚତ୍ ଥିଲେ । ଲକ୍‌ ଡାଉନ ଘୋଷଣା ହେବା ପରେ ସେ ରହୁଥିବା ଏକ ହୋଟେଲରୁ ତାଙ୍କୁ ଜୋରଜବଦସ୍ତ ବାହାର କରିଦିଆଗଲା । ଗୁରୁବାର ପର୍ଯ୍ୟନ୍ତ ସେ ସମ୍ବଲପୁର ଷ୍ଟେଶନରେ କାଟିଥିବା କହିଛନ୍ତି ।
ଗଞ୍ଜାମ ଜିଲା ବ୍ରହ୍ମପୁର ମୂଳବାସିନ୍ଦା ନିରଞ୍ଜନଙ୍କ କହିବା ଅନୁସାରେ ତାଙ୍କର ଫ୍ୟାମିଲ କୋର୍ଟରେ ଏକ ମାମଲା ଥିବାରୁ ସେ ସମ୍ବଲପୁରକୁ ଗତ ୨୦ ତାରିଖରେ ଆସିଥିଲେ । ଅଶୋକ ଟକିଜ ରୋଡରେ ଥିବା ଏକ ହୋଟେଲରେ ରହିଥିଲେ । ନିଜ ଓକିଲଙ୍କ ସହ ସେ ଏ ନେଇ ଆଲୋଚନା କରିବା ପରେ ଆସନ୍ତା ୨୪ରେ ଉକ୍ତ ମାମଲାର ଶୁଣାଣି ଥିବା ସେ କହିଥିଲେ । ହେଲେ ଲକ୍‌ଡାଉନ ଘୋଷଣା ହେବା ପରେ ତାଙ୍କ ସମସ୍ୟା ବଢ଼ି ଯାଇଥିଲା । ହୋଟେଲ ଛାଡିବାକୁ ଦାୟିତ୍ୱରେ ଥିବା କର୍ମଚାରୀମାନେ ତାଙ୍କୁ ବାଧ୍ୟ କରିଥିଲେ । ଯେତେ କାକୁତିମିନତି ହେଲାପରେ ମଧ୍ୟ ସେମାନେ କିଛି ନ ଶୁଣି ତାଙ୍କୁ ହୋଟେଲରୁ ତଡି ଦେଇଥିଲେ । ସହରରେ ଅନ୍ୟ ହୋଟେଲ ଗୁଡିକ ବନ୍ଦ ରହିଥିଲା । ସବୁଠି ପୋଲିସର ଯାଞ୍ଚ ଓ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି ଥିଲା । ଏଥିରୁ ବର୍ତ୍ତିବା ପାଇଁ ସେ ରେଳ ଷ୍ଟେଶନରେ ରହି ୨୪ ତାରିଖରେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ହେଲେ ଲକ୍‌ ଡାଉନ ହେବାରୁ ସେ ଆଉ ଘରକୁ ଫେରି ପାରି ନ ଥିଲେ । ଭୋକ ଉପାସରେ ତାଙ୍କ ଦିନ କଟିଥିଲା । ଏଭଳି ପରିସ୍ଥିତରେ ତାଙ୍କ ପର୍ସ ହଜିଯାଇଥିଲା । ପାଖରେ ଥିବା କିଛି ଟଙ୍କା, ଏଟିଏମ୍‌ କାର୍ଡ, ପାନ୍‌କାର୍ଡ, ପରିଚୟ ପତ୍ର ମଧ୍ୟ ଚୋରି ହୋଇଯାଇଥିଲା । ଯାହା ତାଙ୍କୁ ଆହୁରି ସମସ୍ୟାରେ ପକାଇଥିଲା । ମମତା ପଣ୍ଡା ନାମ୍ନୀ ଜଣେ ସମ୍ପର୍କୀୟଙ୍କୁ ସେ ଫୋନ କରି ସହଯୋଗ ମାଗିଥିଲେ । ଏ ସଂକ୍ରାନ୍ତରେ ମମତା ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ କେତେଜଣ ସ୍ବେଚ୍ଛାସେବୀ ସମ୍ବଲପୁର ରୋଡ ( ଫାଟକ) ଷ୍ଟେଶନରେ ପ୍ରଥମେ ରନ୍ଧା ଖାଦ୍ୟ ପହଞ୍ଚାଇ ଥିଲେ । ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏଥିରେ ସହଯୋଗ କରାଯାଇଥିଲା । ତାଙ୍କୁ ଏବେ କ୍ଷେତରାଜପୁର ମାରଓ୍ବାଡି ଧର୍ମଶାଳାରେ ଆଶ୍ରୟ ଦିଆଯାଇଛି । ସେହିପରି ସମ୍ବଲପୁର ଶାନ୍ତିନଗର ଗୋପାଳମାଲ ଅଞ୍ଚଳର ଜଣେ ଯୁବକ ଗତ ୨୪ରେ ଦିଲ୍ଲୀରୁ ଫେରିଛନ୍ତି । ସେ ଘରକୁ ନ ଯାଇ ପାରି ଫାଟକ ଷ୍ଟେଶନ ଘୂରି ବୁଲୁଥିଲେ । ସାମାଜିକ କର୍ମୀମାନେ ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଗୁରୁବାର ଅପରାହ୍ନରେ ତାଙ୍କୁ ସଦର ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ଷେତରାଜପୁର ମାରୱାଡି ପଞ୍ଚାୟତ ଧର୍ମଶାଳାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri