କରୋନା ଓ କପି ପ୍ରସଙ୍ଗ

କମଳାକାନ୍ତ ଜେନା

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଅଭିଯାନରେ କଲେଜ ପଢ଼ାପଢ଼ି ଓ ପରୀକ୍ଷା ବନ୍ଦ ରହିଛି। କଲେଜ ଖୋଲିଲା ପରେ ଯାଇ ଯାହା ପରୀକ୍ଷାପତ୍ର ହେବ। ଦୁଇଦିନ ତଳେ ଜଣେ ଅଭିଭାବକ ମତେ ଫୋନ୍‌ କରି କହିଲେ – ‘ସାର୍‌, କଲେଜ ଖୋଲୁ ଖୋଲୁ ପରୀକ୍ଷା ହେବ ବୋଲି ଶୁଣିଲି। ଏଥର ତ କରୋନା ହେତୁ କଲେଜରେ ପଢାପଢି ଭଲ ଭାବରେ ହେଇପାରିଲା ନାହିଁ। ମୋ ପିଲାଟା ପରୀକ୍ଷାରେ କେମିତି କଅଣ କରିବ?’ ମୁଁ କହିଲି – ‘ବହୁତ ସମୟ ଅଛି। ସେ ଘରେ ପଢୁ। ପିଲାକୁ କହିବେ, ବୁଝି ନ ପାରିଲେ ମତେ ଫୋନ୍‌ କରିବ। ଅନେକ ପିଲା ତ ଫୋନ୍‌ କରି ସେମିତି ବୁଝୁଛନ୍ତି।’ ଅଭିଭାବକ କହିଲେ – ‘ଯାହା ହେଲେ ବି ସାର୍‌, କ୍ଲାସ୍‌ଟା କ୍ଲାସ୍‌। ଫୋନ୍‌ରେ କଅଣ ସବୁ ହୋଇପାରିବ କି?’ ମୁଁ କହିଲି – ‘ହଁ, ତାହା ଠିକ୍‌। ନ ହେଲେ ଆଉ କ’ଣ ସମାଧାନ କୁହନ୍ତୁ।’ ସେ ଅନେକ କଲେଜର ପରୀକ୍ଷା ବ୍ୟବସ୍ଥା ବିଷୟରେ ଉଦାହରଣ ଦେଇ ଶେଷରେ ଅନୁରୋଧ କଲେ, ଯେହେତୁ ପଢା ହୋଇନାହିଁ, ତେଣୁ ଏଥର ପରୀକ୍ଷା ବ୍ୟବସ୍ଥାକୁ କୋହଳ କରାଯାଉ ଓ ପିଲାମାନଙ୍କୁ କପି କରିବା ପାଇଁ ସୁଯୋଗ ଦିଆଯାଉ। ମୁଁ ପଚାରିଲି – ‘ଏଇଟା କିଭଳି ସମାଧାନ?’ ସେ ବୁଝେଇଦେଲେ – ‘ନ ହେଲେ ପିଲାଙ୍କର ନମ୍ବର ପୂରା କମିଯିବ। ମୋ କଥାକୁ ଆଉ ଥରେ ଚିନ୍ତା କରିବେ। କେବଳ ମୋ ପିଲା ନୁହେଁ, ସମସ୍ତେ ଉପକୃତ ହେବେ।’
ତାଙ୍କର ଶେଷ କଥାଟି ମନକୁ ପାଇଲା ଯେ, ପରୀକ୍ଷା କୋହଳ ହେଲେ ସମସ୍ତେ ଉପକୃତ ହେବେ। ତାଙ୍କ କଥାରୁ ମୁଁ ଯାହା ବୁଝିଲି, କଡାକଡି ନିୟମରେ ପରୀକ୍ଷା ହେଲେ କେହି ଉପକୃତ ହେଉ ନାହାନ୍ତି। ହଠାତ୍‌ ଶୁଣିଲେ ଲାଗୁଛି କି ତାଙ୍କର ଏମିତି କହିବା ଠିକ୍‌ ନ ଥିଲା। କିନ୍ତୁ ତାଙ୍କୁ ଦୋଷ ନ ଦେଇ ମୁଁ ନିଜକୁ ପ୍ରଶ୍ନ କରିବି। ଯଦି ପରୀକ୍ଷା ବ୍ୟବସ୍ଥାରେ ପରୀକ୍ଷାର୍ଥୀ କପି କରିପାରିବା ଭଳି ପ୍ରଶ୍ନ ପଚରା ଯିବ ନାହିଁ, ତେବେ କପି ଛାଡିବା ପାଇଁ ଅନୁରୋଧ ହୁଅନ୍ତା କି? ନା, ହୁଅନ୍ତାନି। ପରୀକ୍ଷାର୍ଥୀଙ୍କୁ ଜଗିବା ପାଇଁ ଏତେ ପ୍ରହରି ବି ଦରକାର ହୁଅନ୍ତାନି। ପରୀକ୍ଷା ବ୍ୟବସ୍ଥା ହିଁ ଛାତ୍ରକୁ କପି କରିବା ପାଇଁ ସୁଯୋଗ ଦିଏ। ଆମ ସ୍କୁଲ ଓ କଲେଜରେ ଯେଉଁ ପରୀକ୍ଷା ହେଉଛି, ସେଥିରେ ପାରମ୍ପରିକ ଧାରାରେ ପୁରୁଣା ପ୍ରଶ୍ନ ପଚରା ଯାଉଛି। ତେଣୁ ଛାତ୍ରଟିଏ ପରୀକ୍ଷା ପାଇଁ ସେମିତି କେଇଟା ପ୍ରଶ୍ନର ଉତ୍ତର କଷୁଛି ବା ମୁଖସ୍ଥ କରୁଛି। ଯିଏ ମନେ ରଖିପାରୁନାହିଁ, ସେ ତାକୁ କପି ଭାବରେ ପରୀକ୍ଷା ଗୃହକୁ ନେଉଛି। ଯଦି ପ୍ରଶ୍ନଗୁଡିକ ସିଧାସଳଖ ନ ଆସି ପ୍ରତି ବର୍ଷ ତାହାର ନୂଆ ନୂଆ ପ୍ରୟୋଗ ଉପରେ ଆସନ୍ତା, ତେବେ ଛାତ୍ରଟିଏ ଆରମ୍ଭରୁ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ମୁଖସ୍ଥ ନ କରି ସମୁଦାୟ ବହିକୁ ପଢି ବୁଝିବାକୁ ଉଦ୍ୟମ କରନ୍ତା ଏବଂ କପି କରିବା କଥା ଚିନ୍ତା ବି କରିପାରନ୍ତା ନାହିଁ। ନିଜର ବୁଦ୍ଧି ପ୍ରୟୋଗ କରି ପରୀକ୍ଷାରେ ଉତ୍ତର ଲେଖନ୍ତା। ଆଇ.ଆଇ.ଟି., ନାଇଜର ଇତ୍ୟାଦି ପ୍ରବେଶିକା ପରୀକ୍ଷାରେ କପି ନ ହେବାର ଏହା ହେଉଛି ମୁଖ୍ୟ କାରଣ।
ପାଠପଢାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଛାତ୍ରର ସର୍ବାଙ୍ଗୀନ (ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ) ଉନ୍ନତି। କିନ୍ତୁ ଏବେ ଆମେ ମୂଳଲକ୍ଷ୍ୟଠାରୁ ଦୂରରେ ରହିଛୁ। ପ୍ରଥମତଃ, ଆମେ ଶାରୀରିକ ଓ ଆଧ୍ୟାତ୍ମିକ ଦିଗକୁ ଭୁଲିଯାଇ କେବଳ ମାନସିକ ସ୍ତରକୁ ସବଳ କରିବା ଦିଗରେ ଭାବୁଛୁ। ଦ୍ୱିତୀୟରେ, ପରୀକ୍ଷାରେ ମିଳୁଥିବା ନମ୍ବରକୁ ପିଲାର ମାନସିକ ଉନ୍ନତିର ମାପକାଠି ବୋଲି ବିଚାର କରାଯାଉଛି। ସାର୍ଟିଫିକେଟ୍‌ରେ ଅଧିକ ନମ୍ବର ଦେଖି ତାକୁ ବୁଦ୍ଧିଆ ବୋଲି କୁହାଯାଉଛି। ବାପା ମାଆ ଚାହୁଁଛନ୍ତି, ତାଙ୍କ ପିଲା ପାଠ ବୁଝୁ ନ ବୁଝୁ, କିନ୍ତୁ ଶତ ପ୍ରତିଶତ ନମ୍ବର ରଖୁ। ହେଲେ ପାରମ୍ପରିକ ପରୀକ୍ଷା ବ୍ୟବସ୍ଥାରେ ଶତ ପ୍ରତିଶତ ନମ୍ବର ରଖିବା ପାଇଁ ବହିରେ ଲେଖାଯାଇଥିବା ସବୁ କଥାକୁ ଗୋଟି ଗୋଟି ମନେରଖି ପରୀକ୍ଷା ଖାତାରେ ସେସବୁ ଲେଖିବା ଦରକାର। କିନ୍ତୁ ଯେଉଁ ଛାତ୍ର ଶାରୀରିକ ଓ ଆଧ୍ୟାତ୍ମିକ ଉନ୍ନତିକୁ ଧ୍ୟାନ ଦିଏନାହିଁ, ବହିର ସବୁକଥାକୁ ବୁଝି ଗୋଟି ଗୋଟି ମନେ ରଖିବା ସକାଶେ ତା’ର ମସ୍ତିଷ୍କ ଅସମର୍ଥ। ଅନ୍ୟପକ୍ଷରେ, ପରୀକ୍ଷାରେ ଯଦି ସେ ଅଧିକ ନମ୍ବର ନ ଆଣୁଛି, ତେବେ ପରିବାର ଲୋକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ସେପରି ପରିସ୍ଥିତିରେ କଳେ-ବଳେ-କଉଶଳେ ବେଶି ନମ୍ବର ଆଣିବା ପାଇଁ ସେ କପି କରିବା କଥା ଚିନ୍ତାକରେ।
କରୋନା ପାଇଁ ଋଣଛାଡ, ଭଡାଛାଡ଼, ସ୍କୁଲ-ଫି ଛାଡ ଓ ସୁଧଛାଡ କରାଯାଉଛି। ସେଇ ଧାରାରେ କପିଛାଡ କରିବା କେତେ ଠିକ୍‌? କପି ସପକ୍ଷରେ ଯେତେ ବାହାନା ଥାଉନା କାହିଁକି, କପି କଦାପି ସମସ୍ୟାର ସମାଧାନ ନୁହେଁ।

ସହକାରୀ ପ୍ରଫେସର,
ଭଦ୍ରକ ଅଟୋନମସ କଲେଜ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri