କରୋନା ଆଳରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧।୫: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭକାରୀଙ୍କୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ କୋଭିଡ୍‌-୧୯ ଆଳରେ ଗିରଫ କରାଯାଉଛି। ଦିଲ୍ଲୀ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କ୍ଷମତାର ଅପବ୍ୟବହାର କରି ଗଣତନ୍ତ୍ରକୁ ନୂ୍ୟନ କରିଦେଉଥିବା ଅନେକ ବୁଦ୍ଧିଜୀବୀ ଅଭିଯୋଗ ଆଣିଛନ୍ତି। ବିରୋଧୀଙ୍କ ବିରୋଧରେ ପଦକ୍ଷେପର ଅପରାଧୀକରଣ ଭାରତୀୟ ଗଣତନ୍ତ୍ରକୁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି।
ମହାମାରୀ କରୋନା ବିରୋଧରେ ଲଢ଼େଇ ବେଳେ ବିଭିନ୍ନ ରାଷ୍ଟ୍ରର ସରକାରମାନେ ଜରୁରୀ କ୍ଷମତା ପ୍ରୟୋଗ କରିଛନ୍ତି। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଏହା ମୌଳିକ ଗଣତାନ୍ତ୍ରିକ ଅଧିକାରଗୁଡ଼ିକୁ ହନନ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଏହି ଚିନ୍ତା ବା ବ୍ୟଗ୍ରତା ଭାରତରେ ସତ ପ୍ରମାଣିତ ହୋଇଥିବା ମନେହେଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଦିଲ୍ଲୀ ପୋଲିସ ସିଏଏ-ଏନ୍‌ଆର୍‌ସିକୁ ବିରୋଧ କରୁଥିବା ଅନେକ ଲୋକଙ୍କୁ ବିଗତ କିଛିଦିନ ମଧ୍ୟରେ ଗିରଫ କରିଛି। ଭାରତୀୟ ନାଗରିକତ୍ୱ ଆଇନରେ ଏକ ସାମ୍ପ୍ରଦାୟିକ ବୈଶିଷ୍ଟ୍ୟକୁ ଯୋଡ଼ାଯାଇଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି। ମୁସଲମାନମାନଙ୍କୁ ହଇରାଣ କରିବା ପାଇଁ ଅନେକଙ୍କୁ ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା କରାଯାଇଥିଲା। ଗିରଫଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆରେ ବିକ୍ଷୋଭ ଆୟୋଜନ କରିଥିବା ବ୍ୟକ୍ତି। ଦୁଇଜଣ ହେଉଛନ୍ତି ଛାତ୍ରୀ ସଫୁରା ଜର୍ଗର ଓ ଛାତ୍ର ମିରାନ ହାଇଦର। ତୃତୀୟ ବ୍ୟକ୍ତି ଜଣକ ଜାମିଆ ଆଲୁମ୍‌ନି ଆସୋସିଏଶନ ଅଧ୍ୟକ୍ଷ ଶିଫା-ଉର୍‌-ରହମାନ। ଏ ସମ୍ପର୍କିତ ମାମଲାରେ ପୋଲିସ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏଶନର ଦିଲ୍ଲୀ ଅଧ୍ୟକ୍ଷା କନଓ୍ବଲପ୍ରୀତ କୌରଙ୍କ ଫୋନ୍‌କୁ ଜବତ କରିଛି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ସମେତ କେତେକ କଠୋର ଆଇନ ବଳରେ ଏହି ସମସ୍ତଙ୍କ ଗିରଫଦାରି ହୋଇଛି। ଫେବୃୟାରୀରେ ଦିଲ୍ଲୀରେ ୫୩ ଜଣଙ୍କ ଜୀବନ ନେଇଥିବା ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଏମାନେ ଷଡ଼ଯନ୍ତ୍ର ରଚିଥିବା ପୋଲିସ ଦାବି କରିଛି। ତେବେ ଅଦ୍ୟାବଧି ଦିଲ୍ଲୀ ପୋଲିସ ନିଜ ଦାବି ସପକ୍ଷରେ କୌଣସି ଠୋସ୍‌ ପ୍ରମାଣ ଯୋଗାଡ଼ କରିପାରି ନାହିଁ। ବାସ୍ତବରେ ସେମାନେ କ’ଣ ଷଡ଼ଯନ୍ତ୍ର କରିଥିଲେ ସେନେଇ ପୋଲିସ ଏଫ୍‌ଆଇଆର୍‌ରେ କିଛି ସ୍ପଷ୍ଟ ଭାବେ ଉଲ୍ଲେଖ କରିନାହିଁ।
ବିକ୍ଷୋଭର ଅପରାଧୀକରଣ
ଅଭିଯୋଗ ଆଣିବାରେ ଏହି ଅସ୍ପଷ୍ଟତା, କଠୋର ୟୁଏପିଏ ସାଙ୍ଗକୁ ଲକ୍‌ଡାଉନ୍‌ ପୋଲିସକୁ ଏପରି କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅନୁମତି ଦେଇଛି, ଯାହାକି ନାଗରିକ ସ୍ବାଧୀନତା ପାଇଁ ଅତ୍ୟନ୍ତ ହାନିକାରକ ମନେହୁଏ। ଏହି ଗିରଫଦାରି ଏକ ଆଇନଗତ ପଦକ୍ଷେପ ପରିବର୍ତ୍ତେ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନାଗରିକତ୍ୱ ଆଇନ ବିରୋଧୀ ବିକ୍ଷୋଭକାରୀଙ୍କ ଉପରେ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ କାର୍ଯ୍ୟାନୁଷ୍ଠାନ ପରି ଲାଗୁଛି। ଦିଲ୍ଲୀ ପୋଲିସ ଏଠାରେ ବିକ୍ଷୋଭ ପାଇଁ ଉଦ୍ଦିଷ୍ଟ ପ୍ରତ୍ୟେକ କାର୍ଯ୍ୟର ଅପରାଧୀକରଣ ଲାଗି ତତ୍ପରତା ଦେଖାଇଛି। ଉଦାହରଣ ସ୍ବରୂପ ଅଭିଯୁକ୍ତମାନେ ବିକ୍ଷୋଭ ପାଇଁ ଯୋଜନା ଓ ବ୍ୟବସ୍ଥା କରିବା ଲାଗି ପରସ୍ପରକୁ ଯୋଗାଯୋଗ କରିଥିବା ପୋଲିସ କହିଥିଲା। ସେହିପରି ବିକ୍ଷୋଭରେ ଶୁଫି-ଉର୍‌-ରହମାନ ନିଜ ସମ୍ପୃକ୍ତି ନେଇ ଜେରା ବେଳେ ସ୍ବୀକାର କରିଥିବା ସମ୍ପର୍କରେ ଅଦାଲତଙ୍କୁ ପୋଲିସ ଅବଗତ କରାଇଛି।
ଦଙ୍ଗା ଆରମ୍ଭ ହେବାର ପୂର୍ବଦିନ ଭାଜପା ନେତା କପିଲ ମିଶ୍ରା ବିକ୍ଷୋଭକାରୀମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ। ବାସ୍ତବରେ କପିଲ ଏହି ହିଂସାକୁ ଉସୁକାଇଥିବା ନେଇ ପ୍ରତ୍ୟକ୍ଷ ପ୍ରମାଣ ରହିଛି। ହିଂସା ଭିଆଇବାବେଳେ ଆକ୍ରମଣକାରୀମାନେ ତାଙ୍କ ନାମ ପ୍ରକାଶ କରିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ହେଲେ ଦିଲ୍ଲୀ ପୋଲିସ କପିଲଙ୍କ ବିରୋଧରେ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଅନ୍ୟପକ୍ଷରେ ପୋଲିସ ମୁସଲମାନ ସମୁଦାୟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାର ତଥ୍ୟଗତ ପ୍ରମାଣ ରହିଛି। ଏହି ଦଙ୍ଗାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ହେଉଛନ୍ତି ମୁସ୍‌ଲିମ ସମ୍ପ୍ରଦାୟର।
ଲକ୍‌ଡାଉନ୍‌ର ଅପବ୍ୟବହାର
ଆହୁରି ଚକିତ କରିଦେବା ଭଳି ବିଷୟ ହେଉଛି ନାଗରିକତ୍ୱ ଆଇନ ବିରୋଧୀ ଏହି ଅଭିଯାନ ଉପରେ ଆକ୍ରମଣ ଉଦ୍ୟମ କରୋନା ସଂକ୍ରମଣ ରୋକିବା ଲାଗି ଜାରି କରାଯାଇଥିବା ଲକ୍‌ଡାଉନ୍‌ ବେଳେ ହୋଇଛି। ସରକାରଙ୍କ ହାତରେ ପ୍ରଭୁତ କ୍ଷମତା ଥିବାରୁ ବିକ୍ଷୋଭକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ହୋଇଛି। ଏନ୍‌ଆର୍‌ସି ଏବଂ ସିଏଏ ବିରୋଧରେ ହୋଇଥିବା ବିକ୍ଷୋଭ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଥିଲା। ଦେଶର ନାଗରିକତ୍ୱ ଆଇନର ସମ୍ପ୍ରଦାୟିକୀକରଣ ପଦକ୍ଷେପରୁ ଭାରତୀୟ ଧର୍ମନିରପେକ୍ଷତାକୁ ରକ୍ଷା କରିବା ଥିଲା ଏହାର ଉଦ୍ଦେଶ୍ୟ। ବିରୋଧୀମାନଙ୍କ ବିରୋଧରେ ପଦକ୍ଷେପର ଅପରାଧୀକରଣ ଭାରତୀୟ ଗଣତନ୍ତ୍ରକୁ ଏକ ଶକ୍ତ ଧକ୍କା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri