କରୋନା: ଅରେଞ୍ଜ ଜୋନ୍‌ରେ କଟକ

କଟକ ଅଫିସ୍‌,୨୬।୪-କରୋନା ସଂକ୍ରମଣ ଅନୁଯାୟୀ ଅଞ୍ଚଳଗୁଡ଼ିକୁ ବିଭିନ୍ନ ରଙ୍ଗରେ ଭାଗ କରାଯାଇଛି। ସେଗୁଡ଼ିକ ହେଲା ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌। ଏଥିରୁ କଟକ ଅରେଞ୍ଜ ଜୋନ୍‌ରେ ଥିବା ନେଇ ଶନିବାର ପ୍ରକାଶ କରିଛି କଟକ ମହାନଗର ନିଗମ। ଏପ୍ରିଲ୍‌ ୩ରେ ସହରରେ ଏକ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିିଟାଲ୍‌ରେ ଚିକିତ୍ସା କରାଯାଇଥିଲା। ୧୦ ତାରିଖରେ ସେ ସୁସ୍ଥ ହୋଇଥିଲେ। ଏହା ପରଠୁ କଟକରେ ଆଉ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ପ୍ରଥମ ଆକ୍ରାନ୍ତଙ୍କ ଚିହ୍ନଟ ପରେ ପଟାପୋଲକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ହେଲେ ସେ ସୁସ୍ଥ ହେବା ପରେ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ମଧ୍ୟ ହଟାଇ ଦିଆଯାଇଥିଲା। କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଯୋଗୁ କଟକକୁ ଅରେଞ୍ଜ ଜୋନ୍‌ରେ ରଖାଯାଇଛି।