କରୋନାର ଭୟଙ୍କର ଦୃଶ୍ୟ: ଆମେରିକା-ଇଟାଲି-ସ୍ପେନ୍‌ରେ ପଡ଼ି ରହିଛି ଶହ ଶହ ମୃତଦେହ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ଆମେରିକା, ଇଟାଲି ଏବଂ ସ୍ପେନ୍‌ରେ ସଙ୍କଟ ଦେଖାଦେଇଛି । ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ଏତେ ସଂଖ୍ୟକ ମୃତକଙ୍କ ସଂସ୍କାର ସମ୍ଭବ ହୋଇ ପାରୁ ନ ଥିବାରୁ ମୃତଦେହଗୁଡ଼ିକ ଅବହେଳିତ ଭାବେ ହସ୍ପିଟାଲ ପରିସରରେ ପଡ଼ିରହିଛି । ଆମେରିକାରେ ଗୋଟିଏ ଦିନରେ ୧,୪୮୦ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନରେ କେରାନା ସଂକ୍ରମଣରେ ଏତେ ସଂଖ୍ୟକ ମୃତ୍ୟୁ ଘଟିବା ପୃଥିବୀରେ ପ୍ରଥମ ବୋଲି କୁହାଯାଉଛି । ଇତିମଧ୍ୟରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୭ ହଜାର ୪୦୬ରେ ପହଞ୍ଚିଛି । ସେହିପରି ଇଟାଲିରେ ବର୍ତ୍ତମାନ ସୁଦ୍ଧା ୧୪ ହଜାର ୬୮୧ ଜଣଙ୍କ ମୃତ୍ୟୁ ଘଟିଛି । ସ୍ପେନ୍‌ରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୧ ହଜାର ୧୯୮ ଛୁଇଁଛି । ସ୍ଥିତିକୁ ରୋକିବାରେ ସ୍ଥାନୀୟ ସରକାର ମଧ୍ୟ ସକ୍ଷମ ହେଉ ନ ଥିବା କୁହାଯାଉଛି ।

Share