କରୋନାକୁ ପ୍ରଭାବହୀନ କରିବ ବିକଶିତ ଆଣ୍ଟିବଡି

ଜେରୁସଲମ୍‌, ୬ା୫: କରୋନା ଭୂତାଣୁ ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୨ ଦେଶର ସହସ୍ରାଧିକ ଲୋକ ଏଥିରେ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ ଏହାର ସଫଳ ଔଷଧ ବାହାରି ନ ଥିବାବେଳେ କରୋନା ଭୂତାଣୁର ପ୍ରକୋପକୁ ପ୍ରଭାବହୀନ କରିପାରୁଥିବା ଆଣ୍ଟିବଡି ବିକଶିତ କରିବାରେ ସମର୍ଥ ହୋଇଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି। ଦେଶର ମୁଖ୍ୟ ବାୟୋଲୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ କାର୍ଯ୍ୟରତ ଦେଶର ବୈଜ୍ଞାନିକମାନଙ୍କୁ ଏନେଇ ବିଶେଷ ସଫଳତା ମିଳିଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନଫ୍‌ତାଲି ବେନ୍ନେଟ୍ଟ ପ୍ରକାଶ କରିଛନ୍ତି। ସଫଳତାର ସହ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲେ ହେଁ ସ୍ବୀକୃତି ମିଳିବା ପରେ ଅଧିକରୁ ଅଧିକ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
ଇସ୍ରାଏଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିକାଲ ରିସର୍ଚ୍ଚ (ଆଇଆଇଆର୍‌ବି) ଲାବ୍‌କୁ ଯାଇ ବେନ୍ନେଟ୍ଟ ଏସବୁ ଦେଖିଥିବା କହିଛନ୍ତି। ପିଏମ୍‌ଓ କାର୍ଯ୍ୟାଳୟ ଦ୍ୱାରା ଏସବୁ କାର୍ଯ୍ୟ ପରିଚାଳନା କରାଯାଉଛି। ଏହି ବିକଶିତ ଆଣ୍ଟିବଡି ରୋଗୀଙ୍କ ଶରୀରର କୋଷ ମାଧ୍ୟମରେ ଭୂତାଣୁକୁ ପ୍ରଭାବହୀନ କରିବାରେ ସମର୍ଥ ହୋଇପାରିବ ବୋଲି ଦାବି କରାଯାଇଛି। ପେଟେଣ୍ଟ ମିଳିବା ପରେ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଅଧିକରୁ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରାଯାଇ ଅନ୍ତର୍ଜାତୀୟ ସ୍ତରରେ କମ୍ପାନୀଗୁଡ଼ିକୁ ଏହାର ଉତ୍ପାଦନ ଓ ବିକ୍ରି ଲାଗି କୁହାଯିବ ବୋଲି ଦର୍ଶାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍‌ର ଏଭଳି ସଫଳତା ଲାଗି ଆମେ ଗର୍ବିତ ଓ କର୍ମଚାରୀଙ୍କ ଉଦ୍ୟମ, ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ବେନ୍ନେଟ୍ଟ ମତବ୍ୟକ୍ତ କରିଛନ୍ତି। ପ୍ରକାଶଥାଉ କି, ଗତ ମାର୍ଚ୍ଚରେ ଇସ୍ରାଏଲର ଏକ ଦୈନିକ ଖବରକାଗଜ ପକ୍ଷରୁ ଏଭଳି ବିକଶିତ ଆଣ୍ଟିବଡି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଥିଲା।
ବିକଶିତ ଆଣ୍ଟିବଡିର ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ମଣିଷ ଶରୀରରେ ଏହାର ବ୍ୟବହାର କରାଯାଇଛି କି ନାହିଁ, ସେ ସମ୍ପର୍କରେ ବିବୃତିିରେ କିଛି ସ୍ପଷ୍ଟ କରାଯାଇନାହିଁ। ଇସ୍ରାଏଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିକାଲ ରିସର୍ଚ୍ଚ ୧୯୫୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ପରିଚାଳନା ଦାୟିତ୍ୱ ବୁଝୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଏହାର ଯୋଗାଯୋଗ ରହିଆସିଛି। ଗତ ଫେବୃୟାରୀ ୧ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ଇନ୍‌ଷ୍ଟିଚ୍ୟୁଟ୍‌କୁ କୋଭିଡ୍‌-୧୯ର ସଫଳ ଔଷଧ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ୫୦ରୁ ଊର୍ଦ୍ଧ୍ୱ ଅଭିଜ୍ଞ ବୈଜ୍ଞାନିକ ଓ କେତେଜଣ ଗବେଷକମାନେ ପ୍ରୟାସ ଜାରି ରଖିଛନ୍ତି। ଜାପାନ, ଇଟାଲୀ ଓ ଅନ୍ୟ କେତେକ ଦେଶରୁ ଭାଇରସ୍‌ ସାମ୍ପଲ ଅଣାଯାଇ ସେଗୁଡ଼ିକର କ୍ଲିନିକାଲ ଟେଷ୍ଟ କରାଯିବ ସହ ସାଇଡ୍‌ ଇଫେକ୍ଟର ପରୀକ୍ଷା କରାଯାଇଥିଲା। ପଶୁ ଓ ମଣିଷଙ୍କଠାରେ ଭୂତାଣୁର ପ୍ରଭାବ ଅନୁଧ୍ୟାନ କରାଯାଇଥିଲା। ଶେଷରେ ବିକଶିତ ଆଣ୍ଟିବଡି କରୋନା ଆକ୍ରାନ୍ତଙ୍କ ଶରୀରରେ ଥିବା ଭୂତାଣୁ ପ୍ରକୋପକୁ ପ୍ରଭାବହୀନ କରିବାରେ ସମର୍ଥ ହୋଇଥିବା ଇସ୍ରାଏଲ ଦର୍ଶାଇଛି। ପୂର୍ବରୁ ବହୁ କମ୍ପାନୀ କୋଭିଡ୍‌-୧୯ର ସଫଳ ଚିକିତ୍ସା ଲାଗି ଔଷଧ ବାହାର କରିଥିବା ଦାବି କରିଆସିଥିଲେ ହେଁ ସେଗୁଡ଼ିକର କୌଣସି ପ୍ରମାଣ ନ ଥିଲା। ପ୍ରକାଶଥାଉ କି, ଏପର୍ଯ୍ୟନ୍ତ ଚାଇନାରୁ ଆସିଥିବା କରୋନା ଭୂତାଣୁ ବିଶ୍ୱରେ ୨.୫ ଲକ୍ଷ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ୩୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ଆତଙ୍କର ବାତାବରଣ ସୃଷ୍ଟିକରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri