Categories: ଜାତୀୟ

କରୋନାକୁ ନାହିଁ ଭୟ, ସତର୍କ ରହିବା ଜରୁରୀ: ଶରୀରରେ ୧୦ ମିନିଟ୍‌-ପୋଷାକରେ ୯ ଘଣ୍ଟା-ଧାତୁରେ ୧୨ ଘଣ୍ଟା ଭୂତାଣୁ ରୁହେ ଜୀବିତ

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଭୟ ନ କରି ବୁଝି ବିଚାରି ସତର୍କ ରହିଲେ କରୋନାଠାରୁ ଦୂରେଇ ରହିହେବ। କରୋନା ଭୂତାଣୁ, କାଶ, ଛିଙ୍କ, ନିଶ୍ୱାସ ପ୍ରଶ୍ୱାସ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା ଦ୍ୱାରା ବ୍ୟାପିଥାଏ। ଭୂତାଣୁଠାରୁ ଦୂରେଇ ରହିବା ପାଇଁ ମାସ୍କ୍‌ର ବ୍ୟବହାର କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଲୋକଙ୍କ ସହିତ ହାତ ମିଳାଇବା ତଥା ଆଲିଙ୍ଗନଠାରୁ ଦୂରେଇ ରହିବା ଜରୁରୀ। ଏହି ଭୂତାଣୁର ଆକାର ୪୦୦-୫୦୦ ମାଇକ୍ରୋନ୍‌ ଯାହାକି ଅନ୍ୟ ଭୂତାଣୁ ଆକାରଠାରୁ ବଡ଼। ଏହି ଭୂତାଣୁ ଶରୀର ଏବଂ ହାତରେ ୧୦ ମିନିଟ୍‌ ପର୍ଯ୍ୟନ୍ତତ ଜୀବିତ ରହୁଥିବାବେଳେ ପୋଷାକରେ ୯ ଘଣ୍ଟା ଓ ଧାତୁରେ ୧୨ ଘଣ୍ଟା ଭୂତାଣୁ ଜୀବିତ ରହିଥାଏ। ତେଣୁ ବାହାରୁ ଆସି ହାତ ଧୋଇବା ଜରୁରୀ। ପ୍ରତି ୧୫ ମିନିଟରେ ଉଷୁମ ପାଣି ପିଇବା ସହିତ ହାତକୁ ଭଲ ଭାବେ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା ଆବଶ୍ୟକ। ଉଷୁମ ସ୍ଥାନରେ ରହିବା ଅଭ୍ୟାସ କରିବା ଭଲ। କାରଣ ଏହି ଭୂତାଣୁ ୨୭ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ମରି ଯାଇଥାଏ। ତେଣୁ କରୋନା ନେଇ ଆତଙ୍କିତ ନ ହୋଇ ସତର୍କତା ଅବଲମ୍ବନ କରିବା ଅପରିହାର୍ଯ୍ୟ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି।

Share