Posted inଖେଳ

କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆଠାରୁ ମାନ୍ୟତା ପ୍ରତ୍ୟାହାର କଲା ଆଇଓଏ

ନୂଆଦିଲ୍ଲୀ,୮।୧(ପି.ଟି.)- ସମ୍ବିଧାନ ଓ ନିୟମ ଉଲ୍ଲଂଘନ ଅଭିଯୋଗରେ କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆ (କେଏଆଇ)ଠାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ମାନ୍ୟତା ପ୍ରତ୍ୟାହାର କରିଛି। ଗତ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ଆଇଓଏ ଏ ନେଇ ନିଷ୍ପତ୍ତି ନେଇଥିଲା। ତେବେ ଗତ ସୋମବାର ବିଶ୍ୱ କରାଟେ ଫେଡେରେଶନ (ଡବ୍ଲ୍ୟୁକେଏଫ୍‌)କୁ ଆଇଓଏ ମାମଲା ପ୍ରତ୍ୟାହାର ନେଇ ଔପଚାରିକ ଭାବେ ଚିଠି ପଠାଇଛି। ୨୦୧୭ ଅଗଷ୍ଟ ୮ ତାରିଖରେ ଆଇଓଏ କେଏଆଇକୁ ମାନ୍ୟତା ପ୍ରଦାନ କରିଥିଲା। ତେବେ ଏହାପୂର୍ବରୁ କେଏଆଇକୁ କାର୍ଯ୍ୟକାରୀ କାଉନସିଲ ତଥା ସାଧାରଣ ସଭାର ରାଟିଫିକେଶନ ବା ଅନୁସମର୍ଥନ କରିବାର ସର୍ତ୍ତ ରଖାଯାଇଥିଲା। ତେବେ ଏହା ଏପର୍ଯ୍ୟନ୍ତ ହୋଇପାରି ନ ଥିଲା। ଗତ ଦୁଇ ବର୍ଷ ମଧ୍ୟରେ କେଆଇଏ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲା ବୋଲି ଆଇଓଏ ଏହି ଚିଠିରେ ଉଲ୍ଲେଖ କରିଛି।
ବୈଠକରେ ମଧ୍ୟ କେଏଆଇ ଆଇଓଏ ସମ୍ବିଧାନ ଓ ନିୟମର ଉଲ୍ଲଂଘନ କରିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ଭାରତରେ ଅଲିମ୍ପିକ୍‌ ଆନ୍ଦୋଳନକୁ ସମର୍ଥନ କରୁନାହିଁ ବୋଲି କୁହାଯାଇଥିଲା। ଫଳରେ ଶେଷରେ କେଏଆଇଠାରୁ ମାନ୍ୟତା ପ୍ରତ୍ୟାହାର କରବାକୁ ହେଲା ବୋଲି ଆଇଓଏ ଚିଠିରେ ସ୍ପଷ୍ଟ କରିଛି।
ଫେଡେରେଶନର ପଦାଧିକାରୀମାନଙ୍କ କାର୍ଯ୍ୟକାଳ ପୂରା ହୋଇଥିବାରୁ ୨୦୧୮ ଡିସେମ୍ବରରେ ଆଇଓଏ ୧୨୦ ଦିନ ମଧ୍ୟରେ କେଏଆଇର ନିର୍ବାଚନ କରିବାକୁ ଏକ ୩ ଜଣିଆ ଆଡହକ୍‌ କମିଟି ଗଠନ କରିଥିଲା। ତେବେ ଏଥିରେ ବିଳମ୍ବ ହୋଇଥିଲା। ଆଇଓଏର ଆଡହକ୍‌ କମିଟି ଗଠନ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ମଧ୍ୟ ଶେଷରେ ଏହାକୁ ପ୍ରତ୍ୟାହର କରାଯାଇଥିଲା। ଏହାପରେ କେଏଆଇ ଅବଶ୍ୟ ନିର୍ବାଚନ କରାଇଥିଲା। ତେବେ ଆଡହକ୍‌ କମିଟିର ତତ୍ତ୍ୱାବଧାନରେ ଏହା ହୋଇ ନ ଥିଲା। ଲିଖା ତାରାଙ୍କୁ ସଭାପତି ଓ ଆମ୍ବେଦକର ଗୁପ୍ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିଲା। ଆଲୋଚନ ପାଇଁ ଏହି ଦୁହିଁଙ୍କୁ ଆଇଓଏ ଡାକିଥିଲେ ମଧ୍ୟ ଏମାନେ ଆସି ନ ଥିଲେ। ଏହାପରେ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତି ପାଇଁ ନବ ନିର୍ବାଚିତ ଅଧିକାରୀଙ୍କୁ ଗତ ଡିସେମ୍ବର ୨୭ ତାରିଖରେ ଅନୁଷ୍ଠିତ ବୈଠକକୁ ଡକାଯାଇଥିଲା। ତେବେ ସେମାନେ ଆସି ନ ଥିଲେ। ଫଳରେ ଶେଷରେ ଆଇଓଏ ଏହି ଚରମ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri