କମ୍ପାନୀ ହାତରେ ଚାଷ

ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଥିବାରୁ ଦେଶର ପ୍ରତ୍ୟେକ ରାଜନୈତିକ ଦଳ କୃଷକଙ୍କ ପାଇଁ ଦରଦ ଦେଖାଉଛନ୍ତି। ଋଣଛାଡ଼ଠାରୁ ଆରମ୍ଭ କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାର ବ୍ୟବସ୍ଥା କରାଯାଉଛି। କିନ୍ତୁ କୃଷକ ତା’ କାର୍ଯ୍ୟ ମାଧ୍ୟମରେ କିଭଳି ସଶକ୍ତ ହୋଇପାରିବ ସେହି ଦିଗରେ ଦୀର୍ଘମିଆଦୀ ପଦକ୍ଷେପ ନିଆଯାଉ ନାହିଁ। ଜଳସେଚନ, ବିହନ ଓ ଶୀତଳଭଣ୍ଡାରର ଅଭାବ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଆଦି ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ଚାଲୁଥିବା ବେଳେ ଏବେ ଖାଦ୍ୟ ଓ ପାନୀୟ ନିର୍ମାତା ପେପ୍ସିକୋ କୃଷକଙ୍କ ସକାଶେ ଅଡୁଆ ସୃଷ୍ଟି କରିଛି।   ପେପ୍ସିକୋ କହିଛି ଯେ, କମ୍ପାନୀ ବ୍ୟବହାର କରୁଥିବା ସ୍ବତନ୍ତ୍ର କିସମର ଆଳୁ ଗୁଜରାଟର ସବରକଣ୍ଠା ଓ ଆରାବଳିର କେତେକ କୃଷକ ଚାଷ କରୁଛନ୍ତି। ଏହାକୁ ଚାଷ କରିବା ପାଇଁ ସ୍ବତନ୍ତ୍ର ଅଧିକାର ସେମାନେ ପାଇ ନ ଥିବାରୁ ୯ ଜଣ ଚାଷୀଙ୍କ ବିରୋଧରେ ପେପ୍ସିକୋ ମାମଲା ରୁଜୁ କରିବା ସହ ସେମାନଙ୍କଠାରୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ଦାବି କରିଛି।

ଆଳୁର ଏଫ୍‌ସି୫ କିସମ ଚିପ୍ସ ପାଇଁ ଉତ୍ତମ ବିହନ ହୋଇଥିବାରୁ ପେପ୍ସିକୋ ନିର୍ଦ୍ଦିଷ୍ଟ କେତେକ ଚାଷୀ ସହ ଚୁକ୍ତି କରିଛି।  ଉତ୍ପାଦକୁ ନିଜେ କିଣି ତା’ କାରଖାନାରେ ଆଳୁ ଚିପ୍ସ ତିଆରି କରୁଛି। ପ୍ରଶ୍ନ ଉଠୁଛି ଏକଚାଟିଆ ଅଧିକାର ହାସଲ କରିଥିବା କମ୍ପାନୀ ଆଳୁର ଏହି ସ୍ବତନ୍ତ୍ର କିସମ ବିହନ ଖୋଲା ବଜାରକୁ ଆସିଲା କିଭଳି। ଦ୍ୱିତୀୟତଃ ପେପ୍ସିକୋ ଏହି କିସମ ଆଳୁ ବିହନର ଅଧିକାର ପାଇବା ନେଇ ଖୋଳତାଡ଼ ହେବା ଦରକାର। ଭାରତରେ ଅଧିକାଂଶ କୃଷକଙ୍କ ଆର୍ଥିକ ସ୍ଥିତି ସାଧାରଣରେ ସ୍ବଚ୍ଛଳ ନୁହେଁ। ଆମେରିକୀୟ କମ୍ପାନୀ ପେପ୍ସିକୋ ଆଳୁ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ଭାରତୀୟ ଚାଷୀଙ୍କଠାରୁ କ୍ଷତିପୂରଣ ଦାବି କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଚାଷୀ ସଙ୍ଗଠନ ମୁହଁ ଖୋଲିଲେଣି। ବିଗତ ବର୍ଷଗୁଡ଼ିକରେ ଦେଖାଦେଇଛି ଯେ, ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍‌ଏନ୍‌ସି)ଗୁଡ଼ିକ ଭାରତରେ  ବୃହତ୍‌ ବଜାର ଥିବାରୁ କୃଷି ଖେତ ଉପରେ ନଜର ପକାଇ ଆସିଛନ୍ତି। ଜେନେଟିକାଲି ମୋଡିଫାଏଡ୍‌ (ଜିଏମ୍‌) ମଞ୍ଜିକୁ ଏମ୍‌ଏନ୍‌ସିଗୁଡ଼ିକ ଏଠାରେ ପ୍ରୟୋଗ କରିଚାଲିଛନ୍ତି। ଫଳରେ ପାରମ୍ପରିକ ବିହନ କ୍ଷତିର ସମ୍ମୁଖୀନ ହେଉଛି। ଏମିତି ଦେଖିଲେ ଭାରତରେ ଉପଲବ୍‌ଧ ପାରମ୍ପରିକ ଓ ଜିଏମ୍‌ ବିହନର କିସମକୁ ନେଇ କୌଣସି ସ୍ପଷ୍ଟତା ନାହିଁ । ଭାରତ ସରକାରଙ୍କ ପାଖରେ ଏଗୁଡ଼ିକର ବିଭାଗୀକରଣ ନେଇ ସ୍ବତନ୍ତ୍ର ତଥ୍ୟ ସାଧାରଣରେ ମିଳେ ନାହିଁ। ଏସବୁ କାରଣରୁ ସାଧାରଣ ଚାଷୀ ସକାଶେ ବିହନର କିସମ ଓ ପେଟେଣ୍ଟ ବିଷୟରେ ଭଲ ଭାବେ ଜାଣି ଚାଷ କରିବା ଏକ ଦୁରୂହ ବ୍ୟାପାର। ଏପରି କ୍ଷେତ୍ରରେ ପେପ୍ସିକୋର ପେଟେଣ୍ଟ ଭଳି ବିବାଦ ଭାରତରେ ବଢ଼ିଚାଲିବ।  ସବୁଠାରୁ ବଡ଼ କଥା ହେଲା ଏ ଦେଶରେ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ବୁଝିଗଲେଣି ଯେ ସାଧାରଣ ଭାରତୀୟ ଚାଷୀ ସୁଯୋଗ ପାଇଲେ ଯେକୌଣସି ଉତ୍ପାଦ କରିପାରିବ। ପେପ୍ସିକୋ ଉକ୍ତ ଚାଷୀଙ୍କ ଉପରେ ମକଦ୍ଦମା ଦାଏର କରିବା ପଛରେ ସେହିଭଳି ଏକ ମନ୍ଦ ଉଦ୍ଦେଶ୍ୟ ଜନ୍ମ ସଂକେତ। ଏହା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିରୁ ବୁଝିବାକୁ ହେବ ଯେ ଚାଷୀଙ୍କୁ ଦମନ କରିବା ଲାଗି ସବୁ ଫନ୍ଦିଫିକର କରାଯାଉଛି। ଚାଷୀ କେଉଁ ଧାନ, ଗହମ, ମକା ବା ପନିପରିବା ଚାଷ କରିବ ତାହାର ପେଟେଣ୍ଟ କର୍ପୋରେଟ ସଂସ୍ଥା ହାତରେ ରହିଗଲେ କୃଷକଙ୍କୁ ନିୟନ୍ତ୍ରଣ କରିବା ସହଜ ହୋଇଯିବ।  ଏମିତି ଦେଖିଲେ ନିକଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବାଠାରୁ ଆରମ୍ଭ କରି ନ୍ୟାୟିକ ବ୍ୟବସ୍ଥା ସର୍ବନିମ୍ନ ସ୍ତରରେ ଥିବା ଚାଷୀ ଦମନ କାର୍ଯ୍ୟକ୍ରମରେ ଲିପ୍ତ ହୋଇଗଲାଣି।

ପେପ୍ସିକୋ ଘଟଣାରେ ଅଦ୍ୟାବଧି ଉକ୍ତ ଚାଷୀଙ୍କ ସପକ୍ଷରେ କେନ୍ଦ୍ର ସରକାର ମୁହଁ ଖୋଲି ନ ଥିବା ଦେଖିବାକୁ ମିଳିଛି। ବିରୋଧୀଦଳଗୁଡ଼ିକ କେବଳ ସୋସିଆଲ ମିଡିଆ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଇତିମଧ୍ୟରେ ଗୁଜରାଟ ସରକାର ଚାଷୀଙ୍କ ସମର୍ଥନରେ ବାହାରିବା ଏବଂ କେତେକ ଚାଷୀ ସଙ୍ଗଠନ ପେପ୍ସିକୋ ନିଷ୍ପତ୍ତିକୁ ବିରୋଧ କରିବାରୁ କମ୍ପାନୀ ସାମାନ୍ୟ ନରମଭାବ ପ୍ରଦର୍ଶନ କରିଛି। ସବରକଣ୍ଠାର ୪ ଜଣ ଚାଷୀଙ୍କୁ କମ୍ପାନୀ ଦ୍ୱାରା ପଞ୍ଜୀକୃତ ସ୍ବତନ୍ତ୍ର କିସମ ଆଳୁ ଚାଷ କରିବା ପରେ ତାହାକୁ କେବଳ ପେପ୍ସିକୋକୁ ବିକ୍ରି କରିବାକୁ ପ୍ରସ୍ତାବ ଦିଆଯାଇଛି।  ଏହି ପ୍ରକାରର ଉପରଠାଉରିଆ ଅନୁକମ୍ପା ଦେଖାଇ ପେପ୍ସିକୋ ଚାଷୀଙ୍କୁ ନିୟନ୍ତ୍ରଣ କରିବାକୁ ଆଗେଇ ଆସିଛି। ଆଗକୁ ଏଭଳି ଅନେକ କର୍ପୋରେଟ ସଂସ୍ଥା କୃଷି ଖେତକୁ ମାଡ଼ିବସିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri