କମିଶନ୍‌ରେଟ ପୋଲିସର ଅଭିନବ ଟ୍ରାଫିକ ସଚେତନତା: ଜରିମାନା ନେଲେ, ହେଲ୍‌ମେଟ ଦେଲେ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଜରିମାନାକୁ ନେଇ ଶନିବାର ଭୁବନେଶ୍ୱରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ବିନା ପୂର୍ବ ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥା ନ ଥାଇ ନୂଆ ମୋଟର ଯାନ ଆଇନ-୨୦୧୯ ଲାଗୁକୁ ରାଜ୍ୟବ୍ୟାପୀ ବିରୋଧ କରାଯିବାରୁ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛି କମିଶନରେଟ ପୋଲିସ ଓ ଆର୍‌ଟିଓ। ରବିବାରଠାରୁ ପୋଲିସ ଅଭିନବ ଉପାୟରେ ସଚେତନତା ଆରମ୍ଭ କରିଛି। ନିୟମ ଉଲ୍ଲଂଘନକାରୀଙ୍କୁ ଚକୋଲେଟ ଓ ଗୋଲାପ ଦେଇ ସଚେତନ କରୁଥିବାବେଳେ ନିୟମ ପାଳନକାରୀଙ୍କୁ ଧନ୍ୟବାଦ କାର୍ଡ ଦେଇ ପ୍ରଶଂସା କରାଯାଉଛି। ତେବେ ମଙ୍ଗଳବାର ଟ୍ରାଫିକ ପୋଲିସ ପକ୍ଷରୁ ଆଉ ଏକ ଭିନ୍ନ ପନ୍ଥା ଆପଣାଇଛି। ହେଲ୍‌ମେଟ୍‌ ପିନ୍ଧି ନ ଥିବା ବାଇକ୍‌ ଚାଳକଙ୍କୁ ୫ଶହ ଟଙ୍କା ଜରିମାନା କରିବା ସହ ହେଲ୍‌ମେଟ ଦେଇ ସଚେତନ କରିଛି ଟ୍ରାଫିକ ପୋଲିସ।
କଳ୍ପନା ଓ ନାଲ୍‌କୋ ଛକରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଟ୍ରାଫିକ ଡିସିପି ସାଗରିକା ନାଥ, ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା ଓ ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଉପସ୍ଥିତି ରହି ହେଲ୍‌ମେଟ ପିନ୍ଧି ନ ଥିବା ଗାଡ଼ିଚାଳକଙ୍କଠାରୁ ଜରିମାନା ନେଇ ହଳଦିଆ ରଙ୍ଗର ନୂଆ ହେଲମେଟ ପିନ୍ଧାଇଥିଲେ। ତେବେ ଯେଉଁମାନେ ହେଲ୍‌ମେଟ ନେବାକୁ ଚାହିଁ ନ ଥିଲେ ସେମାନେ କେବଳ ଜରିମାନା ଦେଇ ଚାଲିଯାଇଥିଲେ। ନିୟମକୁ ମାନୁଥିବା ଗାଡିଚାଳକଙ୍କୁ ଟ୍ରାଫିକ ଡିସିପି ନାଥ ଓ ଅନ୍ୟ ଅଧିକାରୀମାନେ ଥ୍ୟାଙ୍କ୍‌ ୟୁ କାର୍ଡ ବାଣ୍ଟି ପ୍ରଶଂସା କରିଥିଲେ। ସ୍ଥାନ ଛାଡ଼ିବାବେଳେ ଲୋକଙ୍କୁ ଅଧିକାରୀମାନେ ହାତଯୋଡ଼ି ବିଦାୟ ଦେବା ଦୃଶ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା।
ଟ୍ରାଫିକ ଡିସିପି ନାଥ କହିଛନ୍ତି, ଅନେକ ଲୋକ ସଚେତନ ହେଲେଣି। ତେଣୁ ସେମାନଙ୍କୁ ଆମେ ଧନ୍ୟବାଦ ଦେଉଛୁ। ସେମାନେ ଟ୍ରାଫିକ ନିୟମ ମାନି ସୁନ୍ଦର ଭୁବନେଶ୍ୱରକୁ ଆହୁରି ଆଗକୁ ନିଅନ୍ତୁ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଲୋକଙ୍କୁ ସଚେତନ କରିବା, ଜରିମାନା କାଟିବା ନୁହେଁ। ଆମେ ଯେଉଁ ୫ଟି ନିୟମ ଉପରେ ଅଧିକ ଗୁରୁତ୍ୱ ଦେଉଛୁ ତାହାକୁ ଫଲୋ କରିବାକୁ ଲୋକଙ୍କୁ କହୁଛୁ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକେ ୧୦ ବର୍ଷରେ ଯାହା ହୋଇପାରି ନ ଥିଲେ ୧୦ ଦିନରେ ବଦଳି ଯାଇଛନ୍ତି। ପ୍ରାୟ ୯୬ ପ୍ରତିଶତ ଗାଡିଚାଳକ ହେଲ୍‌ମେଟ ପିନ୍ଧି ଗାଡି ଚଳାଉଥିବାରୁ ଖୁସି ଲାଗୁଛି। ଲାଇସେନ୍ସ ସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ଓ ହେଲ୍‌ମେଟ ସହ ଅଭ୍ୟସ୍ତ ହେବାକୁ ୩ ମାସ ସମୟ ରହିଛି। ଏହା ମଧ୍ୟରେ ଯେଉଁମାନେ ସବୁକିଛି ଠିକ୍‌ ନ ରଖିବେ ସେମାନେ ହିଁ ଅସୁବିଧାରେ ପଡ଼ିବେ। ଜରିମାନା ଦେବାବେଳେ ଗାଡ଼ିର ଇନ୍‌ସ୍ୟୁରାନ୍ସ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ମଧ୍ୟ ଏକ କମ୍ପାନୀ ସହ ଆଲୋଚନା ଚାଲିଛି। ଯଦି କମ୍ପାନୀ ରାଜିହେବ ତେବେ ଶୀଘ୍ର ଏହି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ। ତେବେ ସୋସିଆଲ ମିଡିଆ ଗୁଜବକୁ ଗୁରୁତ୍ୱ ନ ଦେଲେ ଲୋକେ ଟ୍ରାଫିକ ନିୟମ ମାନିଲେ କେହି ଅଟକାଇବାକୁ ସାହସ କରିବେ ନାହିଁ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri