କମିବ ‘ମୋ ବସ୍‌’ ଭଡ଼ା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ‘ମୋ ବସ୍‌’ ପ୍ରତି ଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନେବାପରେ ଏବେ ବସ୍‌ ଭଡ଼ା କମାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବିଶେଷକରି ‘ମୋ ବସ୍‌’ର ଶୀତତାପ ନିୟନ୍ତ୍ରିତ (ଏସି-ବସ୍‌)ଗୁଡ଼ିକର ଭଡ଼ା କମାଇବାକୁ କ୍ୟାପିଟାଲ ରିଜିୟନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ସ୍ଥିର କରିଛି। ଡିସେମ୍ବର ୧ରୁ ଜାନୁୟାରୀ ୩୧ ଯାଏ ଆଗାମୀ ୨ମାସ ପର୍ଯ୍ୟନ୍ତ ‘ମୋ ବସ୍‌’ର ଏସି-ବସ୍‌ଗୁଡିକରେ ଯାତ୍ରୀଙ୍କୁ ରିହାତି ଦିଆଯିବ। ତେବେ ଶୀତଦିନକୁ ଦୃଷ୍ଟିରେ ରଖି ଏସି-ବସ୍‌ର ଭଡ଼ାକୁ ୩୮% ପର୍ଯ୍ୟନ୍ତ ହ୍ରାସ କରାଯାଇଥିବା ବେଳେ ମାସିକ ପାସ୍‌ର ଦର ମଧ୍ୟ କମାଯାଇଛି। ପୂର୍ବରୁ ଏସି-ବସ୍‌ଗୁଡିକରେ ପ୍ରଥମ ୨ କି.ମି. ପାଇଁ ସର୍ବନିମ୍ନ ଭଡ଼ା ୮ ଟଙ୍କା ନିଆଯାଉଥିବା ବେଳେ ଏବେ ଏହାକୁ କମାଇ ୫ ଟଙ୍କା କରାଯାଇଛି। ସେହିଭଳି ସର୍ବାଧିକ ଭଡ଼ା ୧୦୦ ଟଙ୍କା ବଦଳରେ ୭୦ ଟଙ୍କା ସ୍ଥିର ହୋଇଛି। ଏନେଇ ଏକ ଖବରଦାତା ସମ୍ମିଳନୀରେ କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି।
ବର୍ତ୍ତମାନ ଶୀତତାପ ନିୟନ୍ତ୍ରିତ ବସ୍‌ର ଭଡ଼ା ଅଣଶୀତତାପ ନିୟନ୍ତ୍ରିତ-ବସ୍‌ ଭଡ଼ାଠାରୁ ୬୦ରୁ ୧୪୦% ଅଧିକ ରହୁଛି। ନୂଆ ଦର ଅନୁଯାୟୀ ଉଭୟ ବସ୍‌ ମଧ୍ୟରେ ଭଡ଼ା ବ୍ୟବଧାନ ମାତ୍ର ୩୦% ଅଧିକ ରହିବ। ଶୀତଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା ଏବଂ ଜନସାଧାରଣଙ୍କ କ୍ରମାଗତ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଖୁଚୁରା ଟଙ୍କା ଅଭାବକୁ ଦୃଷ୍ଟିରେ ରଖି ୫, ୮, ୧୦, ୧୩, ୧୫ ଓ ୧୭ ଟଙ୍କା ଥିବା ଅଣଶୀତତାପ ନିୟନ୍ତ୍ରିତ ବସ୍‌ ଭଡ଼ାକୁ ୫, ୧୦, ୧୫ ଓ ୨୦ ଟଙ୍କାରେ ପରିବର୍ତ୍ତିତ କରିବାକୁ ସ୍ଥିର ହୋଇଛି। ଏହାଦ୍ୱାରା ୪୧% ଅଣଶୀତତାପ ନିୟନ୍ତ୍ରିତ ବସ୍‌ ଯାତ୍ରୀ ରିହାତି ପାଇବେ ଏବଂ ମାତ୍ର ୯% ଯାତ୍ରୀ ସାମାନ୍ୟ ମୂଲ୍ୟବୃଦ୍ଧିରେ ପ୍ରଭାବିତ ହେବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ଅଣଶୀତତାପ ନିୟନ୍ତ୍ରିତ ବସ୍‌ର ମାସିକ ଭଡ଼ା ୬୦୦ରୁ ୫୫୦ ଟଙ୍କାକୁ ହ୍ରାସ କରାଯିବାକୁ ଥିବାବେଳେ ଶୀତତାପ ନିୟନ୍ତ୍ରିତ ଭଡ଼ା ୯୦୦ ଟଙ୍କାରୁ ୭୫୦ ଟଙ୍କାକୁ କମାଯିବ। ଏହାବ୍ୟତୀତ ଅଣଶୀତତାପ ନିୟନ୍ତ୍ରିତ ବସ୍‌ର ମ୍ୟାଜିକ ପାସ୍‌ ଭଡ଼ା ୧୨୦୦ ଟଙ୍କା ପରିବର୍ତ୍ତେ ୧୧୦୦ ଟଙ୍କା ଏବଂ ଶୀତତାପ ନିୟନ୍ତ୍ରିତ ବସ୍‌ ପାଇଁ ୧୮୦୦ ଟଙ୍କା ପରିବର୍ତ୍ତେ ୧୫୦୦ ଟଙ୍କା କରାଯାଇଛି। ପ୍ରଦୂଷଣ ମାତ୍ରା ରୋକିବା ଲାଗି ଲୋକଙ୍କୁ ସାଧାରଣ ପରିବହନ ବ୍ୟବସ୍ଥାର ବ୍ୟବହାର କରିବାକୁ ଉତ୍ସାହିତ କରିବା କ୍ରୁଟ୍‌ର ମୁଖ୍ୟ ଲକ୍ଷ୍ୟ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri