କମିବାରେ ଲାଗିଛି ମହାନଦୀ ଜଳସ୍ତର : ଖଣ୍ଡପଡା ନିର୍ବାଚନମଣ୍ଡଳୀର ୬ ପଞ୍ଚାୟତ ପ୍ରଭାବିତ

କଣ୍ଟିଲୋ,୨୨ା୭ (ସ୍ବ.ପ୍ର.): ସମ୍ପ୍ରତି ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ଛୋଟବଡ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ (ବ୍ୟାରେଜ) ନିର୍ମାଣ କରିବା ଫଳରେ ଏହାର ପ୍ରଭାବ ମହାନଦୀ ଉପରେ ପଡିଛି। ନୟାଗଡ଼ ଜିଲା ଖଣ୍ଡପଡା ନିର୍ବାଚନମଣ୍ଡଳୀର ମହାନଦୀ ଉପକୂଳରେ ଥିବା ୬ଟି ପଞ୍ଚାୟତ ଏହାଦ୍ୱାରା ପ୍ରଭାବିତ ହୋଇଛି। ଚିରସ୍ରୋତା ମହାନଦୀର ଯେଉଁ ସ୍ଥାନରେ ପାଣି କାତ ପାଉ ନ ଥିଲା ସେଠି ଏବେ ବାଲିର ପାହାଡ ସୃଷ୍ଟି ହୋଇଛି। ଏହାଛଡା ମହାନଦୀ ଅବବାହିକାରେ ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ନଦୀ ଗର୍ଭ କ୍ରମେ ପୋତି ହୋଇଯାଉଛି। ଏଥିଯୋଗୁ ନିର୍ବାଚନୀମଣ୍ଡଳୀ ଅନ୍ତର୍ଗତ ସିଧାମୂଳା, ବଡବାଣପୁର, କଣ୍ଟିଲୋ, ପଥରଚକଡା, ପଦ୍ମାବତୀ, କରବର ଆଦି ପଞ୍ଚାୟତଗୁଡିକ ଗଭୀର ଭାବେ ପ୍ରଭାବିତ ହୋଇଛି। ମହାନଦୀ ଜଳକୁ ଆଧାର କରି ଗଢିଉଠିଥିବା ପାନୀୟ ଜଳ ଓ ସେଚ ପ୍ରକଳ୍ପଗୁଡିକ ବନ୍ଦ ହୋଇପଡିଛି। ସିଧାମୂଳା ଗ୍ରାମଠାରେ ମହାନଦୀ ଉପକୂଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଇନ୍‌ଟେକ୍‌ ୱେଲ୍‌ ପୋତି ହୋଇଯିବା ଫଳରେ ପ୍ରାୟ ୧୦ଲକ୍ଷ ଟଙ୍କା ପାଣିରେ ପଡିଛି। ସେହିଭଳି ବଡବାଣପୁର ଗ୍ରାମଠାରେ ଥିବା ୭୦ ଲକ୍ଷ ଟଙ୍କାର କେଏଫଡବ୍ଲ୍ୟୁ ମେଗା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇପଡିବା ସହ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି। ବାଣପୁର ଗ୍ରାମରେ ମଧ୍ୟ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେହିଭଳି କଣ୍ଟିଲୋ ଗ୍ରାମରେ ପାନୀୟଜଳ ଯୋଗାଣ ବ୍ୟାହତ ହେବା ସହ ଛୋଟ ଛୋଟ ସେଚ ପ୍ରକଳ୍ପ ବନ୍ଦ ହୋଇଯାଇଛି। ମହାନଦୀର ଜଳସ୍ତର କମିବାରେ ଲାଗିଥିବାରୁ ଭବିଷ୍ୟତରେ ଏହା ସାଙ୍ଘାତିକ ରୂପ ନେବା ଆଶଙ୍କା ସୃଷ୍ଟି ହୋଇଛି। ଉପକୂଳବର୍ତ୍ତୀ ଗ୍ରାମଗୁଡିକରେ ଥିବା ମତ୍ସ୍ୟଜୀବୀମାନଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି। ସେମାନେ ଦୈନିକ ମହାନଦୀରୁ ମାଛଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ବର୍ତ୍ତମାନ ବେଉଷା ଚାଲିଯିବା ପରେ ସେମାନଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି। ଅନେକେ ବ୍ୟବସାୟ ଛାଡି ଦାଦନ ମୁହାଁ ହେଲେଣି। ଏହା ସହ ସ୍ଥାନୀୟ ମାଛ ବଜାରରେ ମହାନଦୀର ମାଛ ସ୍ବପ୍ନ ପାଲଟିଗଲାଣି। ମହାନଦୀ ଓଡିଶାର ଜୀବନରେଖା ହୋଇଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ପ୍ରତି କାଦୁଅ ଫିଙ୍ଗାଫିଙ୍ଗି ହୋଇ ବୟାନବାଜି କରୁଥିବା ବେଳେ ଜନସାଧାରଣ ଏହାର କୁପରିଣାମ ଭୋଗିବାକୁ ଯାଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବଡଧରଣର ଗଣଆନ୍ଦୋଳନ ହେବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri