କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା

ଅନଗୁଳ ସହର, ୩ା୩

ଅନୁଗୋଳ ସହର ହୁଲୁରିସିଙ୍ଗା ଜେମାଦେଈପୁର କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା। ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୦ ଗରିବ ପରିବାର ସେଠାରେ ବାସ କରିଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଟ୍ଟା ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସୋମବାର ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ସାହିବାସୀ ଜିଲାପାଳଙ୍କୁ ଜଣାଇଛନ୍ତି।
ସେମାନଙ୍କ ଅଭିଯୋଗ ମୁତାବକ, ଶହେରୁ ଊର୍ଦ୍ଧ୍ୱ ବର୍ଷ ହେବ ସାହିବାସୀ ସେଠାରେ ବସବାସ କରିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଘର ପଟ୍ଟା ମିଳିପାରୁନାହିଁ। ଏ ନେଇ ବାରମ୍ବାର ତହସିଲଦାର, ଉପଜିଲାପାଳ, ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ହେଁ କିଛି ସୁଫଳ ମିଳୁନି। ନିଜର ଘର ଡିହ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନରେ ଘର ମିଳୁନି। ଦୀର୍ଘ ବର୍ଷ ହେଲା ସେଠାରେ ରହୁଥିବାର ପ୍ରମାଣପତ୍ର, ଫଟୋ ପରିଚୟ ପତ୍ର ଏପରିକି ଭୋଟର ପରିଚୟ ମଧ୍ୟ ପ୍ରଶାସନକୁ ଦିଆଯାଇଥିଲେ ବି ସରକାରୀ ଭାବେ ସେମାନଙ୍କୁ ଜାତି କିମ୍ବା ବାସସ୍ଥାନ ପ୍ରମାଣପତ୍ର ପ୍ରଦାନ କରାଯାଉନାହିଁ। ଫଳରେ ସେମାନଙ୍କ ପିଲାମାନେ ପାଠପଢା ସହ ଚାକିରି କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି। ଉକ୍ତ ଜାଗାଟି ଶ୍ମଶାନ ବୋଲି ସରକାରୀ ରେକର୍ଡ ରହିଛି। ହେଲେ ରେକର୍ଡ ପ୍ରସ୍ତୁତ ପୂର୍ବରୁ ସେଠାରେ ଜନବସତି ଥିବାବେଳେ ଏହାକୁ କିପରି ଶ୍ମଶାନ ଜମି ବୋଲି ଦର୍ଶାଯାଇଛି ସେ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମସ୍ତ ବିଷୟରେ ସାହିବାସୀ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଉକ୍ତ ସାହିକୁ ତହସିଲଦାର ଓ ରାଜସ୍ବ ଅଧିକାରୀଙ୍କୁ ପଠାଇ ତଦନ୍ତ କରିବା ପାଇଁ ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ତୁରନ୍ତ ସାହିବାସୀଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା ପାଇଁ ସୁଭଦ୍ରା ପେଣ୍ଠୋଇ, ଦମୟନ୍ତୀ ପ୍ରଧାନ, ମୋତି ପେଣ୍ଠୋଇ, ସୀତା ବେହେରା, ମଞ୍ଜଳା ବେହେରା, ମିନତୀ ବେହେରା, ଦୁଲେଇ ବେହେରା, ଜୟନ୍ତୀ ମାଝି, ଲକ୍ଷ୍ମୀ ଭୋଇ, ଅନନ୍ତ ଭୋଇ, ବିନୋଦ ଭୋଇ, ସୁକାନ୍ତି ଭୋଇ, ସୁନୀଲ ବେହେରା, ମିନତୀ ବେହେରା, ଜୟନ୍ତୀ ଭୋଇ, ରଞ୍ଜିତା ପେଣ୍ଠୋଇ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri