କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା

ଅନଗୁଳ ସହର, ୩ା୩

ଅନୁଗୋଳ ସହର ହୁଲୁରିସିଙ୍ଗା ଜେମାଦେଈପୁର କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା। ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୦ ଗରିବ ପରିବାର ସେଠାରେ ବାସ କରିଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଟ୍ଟା ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସୋମବାର ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ସାହିବାସୀ ଜିଲାପାଳଙ୍କୁ ଜଣାଇଛନ୍ତି।
ସେମାନଙ୍କ ଅଭିଯୋଗ ମୁତାବକ, ଶହେରୁ ଊର୍ଦ୍ଧ୍ୱ ବର୍ଷ ହେବ ସାହିବାସୀ ସେଠାରେ ବସବାସ କରିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଘର ପଟ୍ଟା ମିଳିପାରୁନାହିଁ। ଏ ନେଇ ବାରମ୍ବାର ତହସିଲଦାର, ଉପଜିଲାପାଳ, ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ହେଁ କିଛି ସୁଫଳ ମିଳୁନି। ନିଜର ଘର ଡିହ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନରେ ଘର ମିଳୁନି। ଦୀର୍ଘ ବର୍ଷ ହେଲା ସେଠାରେ ରହୁଥିବାର ପ୍ରମାଣପତ୍ର, ଫଟୋ ପରିଚୟ ପତ୍ର ଏପରିକି ଭୋଟର ପରିଚୟ ମଧ୍ୟ ପ୍ରଶାସନକୁ ଦିଆଯାଇଥିଲେ ବି ସରକାରୀ ଭାବେ ସେମାନଙ୍କୁ ଜାତି କିମ୍ବା ବାସସ୍ଥାନ ପ୍ରମାଣପତ୍ର ପ୍ରଦାନ କରାଯାଉନାହିଁ। ଫଳରେ ସେମାନଙ୍କ ପିଲାମାନେ ପାଠପଢା ସହ ଚାକିରି କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି। ଉକ୍ତ ଜାଗାଟି ଶ୍ମଶାନ ବୋଲି ସରକାରୀ ରେକର୍ଡ ରହିଛି। ହେଲେ ରେକର୍ଡ ପ୍ରସ୍ତୁତ ପୂର୍ବରୁ ସେଠାରେ ଜନବସତି ଥିବାବେଳେ ଏହାକୁ କିପରି ଶ୍ମଶାନ ଜମି ବୋଲି ଦର୍ଶାଯାଇଛି ସେ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମସ୍ତ ବିଷୟରେ ସାହିବାସୀ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଉକ୍ତ ସାହିକୁ ତହସିଲଦାର ଓ ରାଜସ୍ବ ଅଧିକାରୀଙ୍କୁ ପଠାଇ ତଦନ୍ତ କରିବା ପାଇଁ ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ତୁରନ୍ତ ସାହିବାସୀଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା ପାଇଁ ସୁଭଦ୍ରା ପେଣ୍ଠୋଇ, ଦମୟନ୍ତୀ ପ୍ରଧାନ, ମୋତି ପେଣ୍ଠୋଇ, ସୀତା ବେହେରା, ମଞ୍ଜଳା ବେହେରା, ମିନତୀ ବେହେରା, ଦୁଲେଇ ବେହେରା, ଜୟନ୍ତୀ ମାଝି, ଲକ୍ଷ୍ମୀ ଭୋଇ, ଅନନ୍ତ ଭୋଇ, ବିନୋଦ ଭୋଇ, ସୁକାନ୍ତି ଭୋଇ, ସୁନୀଲ ବେହେରା, ମିନତୀ ବେହେରା, ଜୟନ୍ତୀ ଭୋଇ, ରଞ୍ଜିତା ପେଣ୍ଠୋଇ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri