Posted inଖେଳ

କମନୱେଲଥ ଟିଟି: କ୍ରୀଡ଼ା ସଚିବଙ୍କ ସ୍ଥିତି ଅନୁଧ୍ୟାନ; ଆସିବେ ୧୬ ଦେଶର ଖେଳାଳି

କଟକ ଅଫିସ,୨୩।୬- କମନୱେଲଥ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ୨୦୧୯ ସଂସ୍କରଣ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବ। ବିଶ୍ୱ ଟେବୁଲ ଟେନିସ କ୍ରୀଡ଼ାର ମହାକୁମ୍ଭ ଭାବେ ପରିଚିତ ଏହି ଅନ୍ତର୍ଜାତୀୟସ୍ତରୀୟ ଟୁର୍ନାମେଣ୍ଟ ଓଡ଼ିଶାରେ ପ୍ରଥମଥର ନିମନ୍ତେ ଆୟୋଜନ ହେଉଛି। ଟୁର୍ନାମେଣ୍ଟରେ ବିଶ୍ୱର ୧୬ ଦେଶ ଅଂଶଗ୍ରହଣ କରିବେ। ବର୍ତ୍ତମାନ ସୁଦ୍ଧା ୧୪ଟି ଦେଶ ଭାଗ ନେବା ନେଇ ନିଶ୍ଚିତ ହୋଇଥିବାବେଳେ ଆଉ ଦୁଇଟି ଦେଶ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବେ। ଅନ୍ୟପକ୍ଷରେ ରାଜ୍ୟ କ୍ରୀଡ଼ା ବିଭାଗ ସଚିବ ବିଶାଲ କୁମାର ଦେବ ଶନିବାର ଇନ୍‌ଡୋର ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ କଟକ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ। ଟୁର୍ନାମେଣ୍ଟକୁ ସଫଳତାର ସହ ଆୟୋଜନ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଠିକ ଢଙ୍ଗରେ ଚାଲିଛି ବୋଲି ସଚିବ ମତ ଦେଇଥିଲେ। ସୂଚନା ଥାଉ କି, ଗତ ଜାନୁୟାରୀରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୮୦ତମ ସିନିୟର ଆନ୍ତଃ ରାଜ୍ୟ ତଥା ଜାତୀୟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ସଫଳପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। ଏଥିଯୋଗୁ ଓଡ଼ିଶା ଟେବୁଲ ଟେନିସ ଆସୋସିଏଶନକୁ କମନୱେଲଥ ଗେମ୍ସ ପରି ଏକ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାର ସୁଯୋଗ ମିଳିଥିଲା। ଟୁର୍ନାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆର ସାଧାରଣ ସମ୍ପାଦକ ଏମ.ପି. ସିଂ ଯୋଗଦେଇ ସେତେବେଳେ ଏହି ଘୋଷଣା କରିଥିଲେ। ଭୁବନେଶ୍ୱରରେ ଖେଳାଳିମାନଙ୍କ ରହଣି ବ୍ୟବସ୍ଥା ହୋଇଥିବା ବେଳେ କଟକ ପାଲଟିବ ପ୍ରତିଯୋଗିତା ସ୍ଥଳ। ଜୁଲାଇ ପହିଲା ପୂର୍ବରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବ ବୋଲି ରାଜ୍ୟ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି। ଏ ନେଇ ପ୍ରସ୍ତୁତିପର୍ବ ଏବେ ଜୋରଦାର ଚାଲିଛି ବୋଲି ସମ୍ପାଦକ କହିଛନ୍ତି। ତେବେ ସାମୁଦ୍ରିକ ଝଡ଼ ଫନୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମର ମରାମତି କାର୍ଯ୍ୟ ଏବେ ଯାଏଁ ସମ୍ପନ୍ନ ହୋଇନାହିଁ। ଏହାକୁ ଶେଷ କରିବାକୁ ପ୍ରାଥମିକତା ଦିଆଯାଉଛି ବୋଲି ରବୀନ୍ଦ୍ର କହିଛନ୍ତି। ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ସଚିନ ତେନ୍ଦୁଲକର ଇନ୍‌ଡୋର ହଲକୁ ଖେଳାଳିମାନଙ୍କ ଅଭ୍ୟାସ କୋର୍ଟ ଭାବେ ବ୍ୟବହାର କରାଯିବ ବୋଲି ସେ ଏହି ଅବସରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri