କବିତା ପାଠତ୍ସୋବ, ଆଧ୍ୟାତ୍ମିକ ଆଲୋଚନାଚକ୍ର: ମାନବ ସେବା ହିଁ ମାଧବ ସେବା

ଖଡିଆଳ,୧୨।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ବ୍ଲକ ଦମାପଲା ଗ୍ରାମରେ କବିତା ପାଠତ୍ସୋବ ଏବଂ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବଳଭଦ୍ର ମହାଉତିଙ୍କ ଅଧ୍ୟକ୍ଷତାରେ ଖଡିଆଳ ଅଞ୍ଚଳର ଅନେକ କବି ଓ ସାହିତ୍ୟକ ଯୋଗଦାନ କରି ନିଜ କବିତା ପାଠ କରିଥିବା ବେଳେ ଆଧ୍ୟାତ୍ମିକ ବିଚାରଧାରା ଉପରେ ଆଲୋଚନା କରାଯାଇଥିଲା । ସମାରୋହରେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ଉପସ୍ଥାପନ କରିଥିବା ବେଳେ ଏହାଦ୍ୱାରା ବିଶ୍ୱଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଯୋଗଦେଇଥିବା କବିମାନେ ଉପସ୍ଥାପନ କରିଥିଲେ। ଏହି ଆଲୋଚନାଚକ୍ରରେ ମାନବଧର୍ମକୁ ଗୁରୁତ୍ୱ ଦେଇ କହିଥିଲେ କି ଆଧ୍ୟାତ୍ମିକତାର ଅର୍ଥ ହେଉଛି ମାନବ ଧର୍ମ, ମାନବ ସେବା ହିଁ ମାଧବ ସେବ । ଏହା ଦ୍ୱାରା ମଣିଷ ମଣିଷକୁ ହିଁ ସେବା କଲେ ହିଁ ତା ମଧ୍ୟରେ ମାଧବଙ୍କୁ ସେବା କରିବାର ଲାଭ ପାଇଥାଏ । ଯଦ୍ଦ୍ବାରା ମଣିଷ ସେବା କରି ନିଜ ଅନ୍ତର ଆତ୍ମାକୁ ଶାନ୍ତି ପ୍ରାପ୍ତ କରିଥାଏ ବୋଲି ସମ୍ମାନିତ କବିବୃନ୍ଦ ତାଙ୍କ କବିତା ମାଧ୍ୟମରେ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରଥମେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ସାହିତ୍ୟକ ଡ. ସୁଶାନ୍ତ କୁମାର ବିଶି ସ୍ବାଗତ ସମ୍ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ସ୍ବର୍ଗତ ସୌରିଶଙ୍କର ବାରିକ ଏବଂ ପ୍ରବୀଣ ସିଂଦେଓଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସମାରୋହରେ ଖଡିଆଳର ଓଡିଆ ଅଧ୍ୟାପକ ବିଜୟ କୁମାର ବାରିକ, ସହକାରୀ ବନ ସଂରକ୍ଷକ ଡ. ମିହିର ପଟ୍ଟନାୟକ, ବିଶିଷ୍ଟ କବି ନୀଳଲୋହିତ ସିଂହଦେଓ ଯୋଗଦାନ କରିଥିବା ବେଳେ କବିତା ପାଠତ୍ସୋବରେ କବି ଗୌରାଙ୍ଗ କୁମାର ସାହୁ ସଂଯୋଜନା କରିଥିଲେ । ଆର୍ଯ୍ୟମାନ ବାରିକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ କବି ସନାତନ ମହାନ୍ତି, ଆଦିତ୍ୟ ନାରାୟଣ ପଣ୍ଡା, ତ୍ରିଲୋଚନ ବିଶି, ବଳଭଦ୍ର ମହାଉତି, ତରଙ୍ଗିଣୀ ମହାପାତ୍ର, ଲବଣେଶ୍ୱର ବାରିକ, ଆକାଶ କୁମାର ସାହୁ, ଶିରୀଶଙ୍କର ବାରିକ, ସୁଶାନ୍ତ କୁମାର ବିଶି ପ୍ରମୁଖ ଉପସ୍ଥିତଥିଲେ ।