କବିତାରେ କରୋନା

ଢେଙ୍କାନାଳ ଅଫିସ, ୧୫।୪ – ବିଶ୍ୱକୁ ଘରେ ଭିତରେ ବନ୍ଦୀ କରି ରଖିଛି କରୋନା। ଘରୁ ବାହାରିଲେ ଘାରୁଛି ସଂକ୍ରମଣ ଭୟ। ସଂକ୍ରମଣ କମାଇବାକୁ ଜାରି ହୋଇଛି ଲକ୍‌ଡାଉନ୍‌। ‘ଜିତିବ ଦେଶ, ହାରିବ କରୋନା’ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି ସରକାର। ଏପରି ଜଟିଳ ସମୟରେ କରୋନା ସଚେତନତାର ନୀରବ ଯୋଦ୍ଧା ସାଜିଛନ୍ତି ଢେଙ୍କାନାଳର ଯୁବକବି ଅବନୀ ମିଶ୍ର। ତାଙ୍କଦ୍ୱାରା ଲିଖିତ କରୋନା ସମ୍ପର୍କିତ ସଚେତନତାମୂଳକ କବିତା ଏବେ ସୋସିଆଲ ମିଡିଆରେ ସାଉଁଟୁଛି ଅଜସ୍ର ପ୍ରଶଂସା।
ରଥଗଡ଼ା ଅଞ୍ଚଳରେ ରହୁଥିବା ଅବନୀ ହେଉଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ। ଗୀତିକାର, ସ୍ତମ୍ଭକାର ଏବଂ ପ୍ରବଚକ ଭାବେ ସେ ବେଶ୍‌ ପରିଚିତ। କେବଳ ଏତିକି ନୁହେଁ, ସେ ଜିଲା କଳା ସଂସ୍କୃତି ସଂଘର ଉପସଭାପତି ପଦବୀରେ ମଧ୍ୟ ଅଛନ୍ତି। ଲକ୍‌ଡାଉନ୍‌ ସମୟକୁ ଠିକ୍‌ ଭାବେ ଉପଯୋଗ କରିବାକୁ ଅବନୀ ଲେଖୁଛନ୍ତି କରୋନା ସମ୍ପର୍କିତ ସଚେତନତା କବିତା। ଏହାକୁ ସେ ସୋସିଆଲ୍‌ ମଡିଆ ସାଇଟ୍‌ରେ ପୋଷ୍ଟ କରି ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି। ‘କରନା ହେଳା’, ‘କବାଟ ଖୋଲନା’ କବିତାରେ କରୋନାର ଭୟାବହତାକୁ ସେ ସାବଲୀଳ ଢଙ୍ଗରେ ଦର୍ଶାଇଛନ୍ତି। ଏଥିସହ ହାତ ଧୋଇବା, ଘରୁ ନ ବାହାରିବା, ସାମାଜିକ ଦୂରତା ରଖିବା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମଧ୍ୟ ଏଥିରେ ସ୍ଥାନିତ କରିଛନ୍ତି। ଏ ନେଇ ଅବନୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ଘରେ ବସି ଲୋକଙ୍କୁ ସଚେତନ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ସୋସିଆଲ୍‌ ମଡିଆରେ କବିତା ପୋଷ୍ଟ କରିବା ପରେ ଅନେକେ ନିଜର ମତ ଦେଉଛନ୍ତି। କରୋନା ଲଢ଼େଇରେ ଯୋଡ଼ି ହେଉଛନ୍ତି। ଏପରି କାର୍ଯ୍ୟରେ ସ୍ତ୍ରୀ ସସ୍ମିତା ତାଙ୍କୁ ପ୍ରେରିତ କରିଥିବା ଅବନୀ କହିଛନ୍ତି। ସୂଚନାଯୋଗ୍ୟ, ଅବନୀଙ୍କ ରଚନାରେ ବହୁ ଭଜନ ମୁକ୍ତିଲାଭ କରିଛି। ଇରା ମହାନ୍ତି, ଶୈଳଭାମା, ରଶ୍ମିରଞ୍ଜନ ପଣ୍ଡା, ପଙ୍କଜ ଜାଲ ତାଙ୍କ ରଚିତ ଗୀତରେ କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri