କଫ୍‌ ସିରପ କାରବାର ଗୁମର ଫିଟୁଛି

ବଲାଙ୍ଗୀର ଅଫିସ, ୧୧ା୧
ବଲାଙ୍ଗୀର କଫ୍‌ ସିରଫ କାରବାରର ପଶ୍ଚିମ ଓଡିଶାସ୍ତରୀୟ ଲିଙ୍କ୍‌ ମିଳିଛି ା ଏହି କାରବାରର ରାଜ୍ୟସ୍ତରୀୟ ଲିଙ୍କ୍‌ କ’ଣ ରହିଛି ସେନେଇ ପୋଲିସ ତନାଘନା ଚଳାଇଛି ା କିଛି ଚିହ୍ନା ଅଭିଯୁକ୍ତ ଗିରଫ ହୋଇଛନ୍ତି ା ମାତ୍ର ଏହି ବେଆଇନ କାରବାର ପଛରେ ଆହୁରି ବହୁ ଅଚିହ୍ନା ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ରହିଛି ା କେତେକ ଲୋକ ସିଧାସଳଖ ବେଆଇନ କାରବାରରେ ସମ୍ପୃକ୍ତ ଅଛନ୍ତି, କଫ୍‌ ସିରପ ଯୋଗାଣ କରୁଛନ୍ତି ା ଆଉ କେତେକ ଏଥିପାଇଁ ଅର୍ଥ ବିନିଯୋଗ ଓ ଲୋକ ଯୋଗାଡ କରୁଛନ୍ତି ା ସେ ସମସ୍ତଙ୍କ ପର୍ଦ୍ଦାଫାଶ କରାଯିବ ା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଜଣକୁ ବି ଛଡା ଯିବନାହିଁ ା ଏଥିପାଇଁ ବଲାଙ୍ଗୀର ପୋଲିସ ଏବେ ମିଶନ୍‌ କ୍ଳିନ୍‌ ବଲାଙ୍ଗୀର ଅଭିଯାନ ଆରମ୍ଭ କରିଛି ା ଏସ୍‌ପି ସନ୍ଦୀପ ମାଡକର ଶୁକ୍ରବାର ପୁଇଁତଲା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ସୂଚନା ଦେଇଛନ୍ତି ା ଏହି ଖବରଦାତା ସମ୍ମିଳନୀରେ ପଶ୍ଚିମ ଓଡିଶା କଫ୍‌ ସିରପ କାରବାରର ମାଷ୍ଟରମାଇଣ୍ଡ ସାନ ନେଗୀ, ସହଯୋଗୀ ବରପାଲିପଡାର ଅଜିତ୍‌ ନନ୍ଦ ଓ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳର ଫାରୁକ୍‌ ଖାନ୍‌ଙ୍କୁ ହାଜର କରାଯାଇଥିଲା ା ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇ ତାଙ୍କଠାରୁ ୫୫ ହଜାର ୨ ଶହ ଟଙ୍କା, ୪ଟି ମୋବାଇଲ ଫୋନ୍‌ ଓ ଏକ ଇନୋଭା ଗାଡି (ନଂ.ଓଡି୦୨ଏୱାଇ ୦୦୫୯) ଜବତ୍‌ କରାଯାଇଥିତ୍ବା ସୂଚନା ଦିଆଯାଇଥିଲା ା ଶୁକ୍ରବାର ଗିରଫ ଏହି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ସେମାନଙ୍କୁ ରିମାଣ୍ଡରେ ଅଣାଯିବା ପରେ ଏହି କଫ୍‌ ସିରପ କାରବାର ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାର ଖୋଳତାଡ କରାଯିବ ବୋଲି ଏସ୍‌ପି ସୂଚନା ଦେଇଥିଲେ ା ଆଞ୍ଚଳିକସ୍ତରରେ ସାନ ନେଗୀ ଏହି କାରବାର କରୁଥିବାବେଳେ ଉପରସ୍ତରରେ କେଉଁମାନେ ରହିଛନ୍ତି ସେମାନେ କେଉଁଠୁ ଏତେ ପରିମାଣରୁ କଫ୍‌ ସିରପ ଆଣୁଛନ୍ତି ଓ ଏଥିରେ କେଉଁମାନେ ଫାଇନାନ୍ସର ରହିଛନ୍ତି ସେସବୁ ଉପରେ ତଦନ୍ତ କରାଯିବ ା
ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ା ଏହା ସହିତ ବଲାଙ୍ଗୀରରେ କଫ୍‌ ସିରପ କାରବାରକୁ ମୂଳପୋଛ କରିବା ପାଇଁ ମିଶନ୍‌ କ୍ଳିନ୍‌ ବଲାଙ୍ଗୀର ଅଭିଯାନ ଆରମ୍ଭ କରାଯାଇଥିବା ଏସ୍‌ପି ଏହି ଅବସରରେ ସୂଚନା ଦେଇଥିଲେ ା ଏହି ଅଭିଯାନରେ ଯେ କେହି ବ୍ୟକ୍ତି କଫ୍‌ ସିରପ୍‌ କାରବାରରେ ସମ୍ପୃକ୍ତ ଥିବା ସୂଚନା ମିଳିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ା ଏହି ଅବସରରେ ଏସ୍‌ପି ମାଡକର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କୁ ଏକ ପୁରସ୍କାର ଘୋଷଣା ମଧ୍ୟ କରିଥିଲେ ା ଗତ ନଭେମ୍ବର ୨୮ ତାରିଖରେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ପୋଲିସ ସ୍କ୍ବାଡ ଘେରାବନ୍ଦୀ କରି ୧୦ ହଜାର ୬ ଶହ ବୋତାଲ ବେଆଇନ୍‌ କଫ୍‌ ସିରପ ଥିବା ଗାଡି ଜବତ୍‌ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ା ତେବେ ମାଷ୍ଟରମାଇଣ୍ଡ ସାନ ନେଗୀ ଫେରାର ହୋଇଯାଇଥିଲେ ା ସେହିଦିନରୁ ପୋଲିସ ତାଙ୍କୁ ଖୋଜୁଥିଲା ା ଗତ ଦୁଇଦିନ ତଳେ ବଲାଙ୍ଗୀର ପୋଲିସ ଭୁବନେଶ୍ୱରରୁ ସାନ ନେଗୀ ଓ ତାଙ୍କର ଦୁଇ ସହଯୋଗୀ ଅଜିତ ନନ୍ଦ ଓ ଫାରୁକ ଖାନ୍‌ଙ୍କୁ କାବୁ କରି ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri