Posted inଫୁରସତ

କଫିନ୍‌ ଭିତରେ ଶାନ୍ତି

ନୂଆଦିଲ୍ଲୀ: କଫିନ୍‌ ଭିତରେ ଶୋଇଲେ ଶାନ୍ତି ମିଳିବ। ମନ ହାଲକା ଲାଗିବ। ଏକଥା ଶୁଣିବା ମାତ୍ରେ ସମସ୍ତଙ୍କର ଭ୍ରୂକୁଞ୍ଚନ ସୃଷ୍ଟି ହେବ ନିଶ୍ଚୟ। ଏଭଳି ଏକ କଥାକୁ ଅନେକ ଅବିଶ୍ୱାସ ବି ଭାବିପାରନ୍ତି। କିନ୍ତୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜାପାନର ଟୋକିଓରେ। କରୋନା ସମୟରେ ଲୋକଙ୍କ ଅବସାଦ ଦୂର କରିବା ପାଇଁ ଏବେ ଏଭଳି ଏକ ପ୍ରଣାଳୀକୁ ଆପଣାଉଛନ୍ତି ଲୋକେ। ଟୋକିଓର ଏକ ନିର୍ଦ୍ଦିଷ୍ଟ ପ୍ରଡକ୍ସନ କମ୍ପାନୀ କୋୱାଗରାସେତାଇ ଏବେ ଲୋକଙ୍କୁ କଫିନ୍‌ ଭିତରେ ଶୋଇ ଷ୍ଟେସ୍‌ ଦୂର କରିବା ପାଇଁ ଅଫର୍‌ ଦେଉଛି। କଫିନ୍‌ ଭିତରେ ଏଥିପାଇଁ କମ୍ପାନୀ ୧୫ ମିନିଟ୍‌ ପାଇଁ ଗ୍ରାହକମାନଙ୍କୁ ଏକ ଶୋ ଦେଖାଇବ। ୨ ମିଟର ଲମ୍ବର କଫିନ୍‌ ଭିତରେ ଗ୍ରାହକମାନେ ଶୋଇବା ସହିତ ସେହି ସମୟରେ ହରର୍‌ ଫିଲ୍ମର ବିଭିନ୍ନ ଦୃଶ୍ୟ ଦେଖିପାରିବେ। କରୋନା ଭାଇରସ୍‌ ପାଇଁ ଲୋକଙ୍କ ପାଇଁ ମନୋରଞ୍ଜନର ସବୁ ମାଧ୍ୟମ ପ୍ରାୟତଃ ବନ୍ଦ ହୋଇଯାଇଛି। ତେଣୁ ଲୋକେ ଅଧିକାଂଶ ସମୟ ଘରେ ରହି ଅବସାଦର ଶିକାର ହେଉଛନ୍ତି। ଏସମୟରେ ଲୋକଙ୍କୁ ରିଲାକ୍ସ କରିବା ପାଇଁ ଏଭଳି ଏକ ଉପାୟକୁ ଆପଣାଇବା ପାଇଁ ପ୍ରୟାସ କରାଯାଇଛି। ଲୋକେ ଏଭଳି ଉପାୟରେ ଏକ ଭିନ୍ନ ଅନୁଭବ କରିବା ସହିତ ଏଠାରୁ ଫେରିବା ପରେ ରିଲାକ୍ସ ହୋଇପାରୁଛନ୍ତି ବୋଲି କହିଛନ୍ତି। ଭିନ୍ନ କଥା ହେଉଛି କଫିନ୍‌ ଭିତରେ ଏଭଳି ଶୋ ଆୟୋଜନ କରୁଥିବା କମ୍ପାନୀ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଶୋ କରୁଛି। ରାତିରେ ବସ୍‌ରେ ଦୂର ଯାତ୍ରା କରୁଥିବା ଲୋକେ ବାର୍‌ କିମ୍ବା ଲଜ୍‌ରେ ରହୁଥିବା ଲୋକଙ୍କ ପାଇଁ ବିଶେଷ ଭାବରେ ଏଭଳି ଶୋ କରାଯାଉଛି। ତେବେ ଗ୍ରାହକଙ୍କ ସୁବିଧା ଅନୁସାରେ କଫିନ୍‌କୁ ନେଇ ଯିବା ଆସିବା ସହଜ ହେଉଥିବାରୁ ଗ୍ରାହକଙ୍କୁ ସହଜରେ ସେବା ପ୍ରଦାନ କରି ହେଉଛି। ଏହି ବ୍ୟବସାୟ ଏବେ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri