କନ୍ଧମାଳରେ ୪୮ କରୋନା ପଜିଟିଭ‌ ଚିହ୍ନଟ: ଭୟ ନ କରି ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଲେ ଜିଲାପାଳ

ଦାରିଙ୍ଗବାଡ଼ି,୧୫।୬(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସୋମବାର ୪୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ ଯୋଗେ ସ୍ପଷ୍ଟ କରାଯାଇଛି। ଜିଲାରୁ ମୋଟ ୪୮ଜଣ ପଜଟିଭ ଥିବାବେଳେ କେବଳ ଦାରିଙ୍ଗବାଡ଼ିରେ ଏହି ସଂଖ୍ୟା ୪୨। ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ବୋଲି ଜଣାପଡିଛି। ଜି.ଉଦୟଗିରିର ଏକ ଅସ୍ଥାୟୀ କେନ୍ଦ୍ରରୁ ଜଣେ କରୋନା ଯୋଦ୍ଧା ଏବଂ ଅନ୍ୟ ସ୍ଥାନରୁ ୫ ମିଶି ମୋଟ ଜିଲାରେ ୪୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପ୍ରବାସୀଙ୍କ ମଧ୍ୟରୁ ତାମିଲନାଡ଼ୁରୁ ୨୧ ଜଣ ଫେରିଥିବା ବେଳେ କେରଳରୁ ୧୭, ଗୁଜୁରାଟରୁ ୬, ଆନ୍ଧ୍ର୍ରପ୍ରଦେଶରୁ ୨ ଏବଂ ତେଲେଙ୍ଗାନାରୁ ଜଣେ ରହିଛନ୍ତି। ଜିଲାରେ ମୋଟ ୧୩୭ ସଂକ୍ରମିତ ହୋଇଥିବା ବେଳେ ଏବେ ସୁଦ୍ଧା ୨୫ ସୁସ୍ଥ ହୋଇ ସାରିଛନ୍ତିି ା ଏବେ ଆଉ ୧୧୨ ଚିକତ୍ସିତ ହେଉଛନ୍ତି ା କନ୍ଧମାଳ ଜିଲାବାସୀ କୌଣସି ଭୟଭୀତ ନ ହୋଇ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୁରତ୍ୱକୁ ମାନିବାକୁ ଜିଲାପାଳ ଡ.ବୃନ୍ଦା ଡି ଲୋକଙ୍କୁ ନିବେଦନ କରିଛନ୍ତି।