କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଶପଲ୍ଲା,୨୪ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବିଦ୍ୟୁତ୍‌ କାର୍ଯ୍ୟାଳୟ (ଫିଡ୍‌କୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ୍ତ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ବୁଧବାର ସେ ରହୁଥିବା ଭଡାଘରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦେବଦତ୍ତ ଓ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଟେକ୍‌ନିସିଆନ୍‌ ଦେବେନ୍ଦ୍ର ସାହୁ ବାରପୁରିକିଆ ସ୍କୁଲ ସମ୍ମୁଖରେ ଏକ ଘର ଭଡାନେଇ ରହିଆସୁଥିଲେ। ସକାଳ ପ୍ରାୟ ୯ଟା ସମୟରେ ରୁମ୍‌ମେଟ୍‌ ସାହୁ ତାଙ୍କସହ କଥା ହୋଇ ଘରୁ ବାହାରି ଆସିଥିଲେ। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ପର୍ଯ୍ୟନ୍ତ ଦେବଦତ୍ତ କାର୍ଯ୍ୟାଳୟକୁ ନ ଆସିବାରୁ ଅନ୍ୟ କର୍ମଚାରୀ ଫୋନ କରିଥିଲେ। ସେ ଫୋନ ରିସିଭ ନ କରିବାରୁ ରୁମ୍‌ମେଟ୍‌ ଓ ସାଥୀ କର୍ମଚାରୀ ତାଙ୍କ ଘରକୁ ଯାଇ କବାଟ ବନ୍ଦ ଥିବା ଦେଖିଥିଲେ। ସ୍କାଏ ଲାଇଟ୍‌ ଦେଇକ ଦେଖିବା ବେଳକୁ ସେ ଫ୍ୟାନରେ ଝୁଲୁଥିବା ଜଣାପଡିଥିଲା। ରୁମମେଟ୍‌ ସାହୁ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓ ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରମୋଦ କୁମାର ଦଳବେହେରା ପହଞ୍ଚତ୍ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏ ନେଇ ଥାନାରେ ୩୦/୧୯ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୋବାଇଲ ଫୋନ ଓ ଅନ୍ୟାନ୍ୟ କିଛି ସାମଗ୍ରୀ ଜବତ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଦେବଦତ୍ତଙ୍କ ଘର ଯାଜପୁର ଜିଲା ଚଣ୍ଡୀଖୋଲର ପଦ୍ମଲାଭପୁର ଗ୍ରାମରେ।