Categories: ଗଞ୍ଜାମ

କନିଅର ମଞ୍ଜି ଖାଇ ବୃଦ୍ଧଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୬ା୬-ବାର୍ଦ୍ଧକ୍ୟ ଯନ୍ତ୍ରଣା ସହି ନ ପାରି ଜଣେ ଶତାୟୁ କନିଅର ମଞ୍ଜି ଖାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ କାହ୍ନୁ ଚରଣ ବେହେରା (୧୦୫)।ଘର କୃଷ୍ଣପ୍ରସାଦ ଥାନା ଚିଲିକା ନୂଆପଡା ବୋଲି ମେଡିକାଲ ଫାଣ୍ଡି ଅଧିକାରୀ ଜନ୍ମେଜୟ ମଲ୍ଲିକ କହିଛନ୍ତି। ମଙ୍ଗଳବାର ପୋଲିସ ମୃତଦେହ ଜବତ କରି ନଂ.୩୩୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଯେ, କାହ୍ନୁଙ୍କର ୪ ପୁଅ ଅଛନ୍ତି। ମଁୁ ଆଉ ଅଧିକ ବର୍ଷ ବଞ୍ଚିବାକୁ ଚାହୁଁନାହିଁ ବୋଲି ପୁଅମାନଙ୍କୁ ଗତ କିଛି ଦିନ ତଳେ କହିଥିଲେ। ଗତ ୨୩ ତାରିଖ ସନ୍ଧ୍ୟାରେ ସେ କନିଅର ମଞ୍ଜି ଖାଇ ବାନ୍ତି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପୁଅମାନେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।