Categories: ଜାତୀୟ

କଥା କହିଲେ ଉଡ଼ିବ ଯୁଦ୍ଧ ବିମାନ: ଏଚ୍‌ଏଏଲ୍‌ ପ୍ରସ୍ତୁତ କଲା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ ସିଷ୍ଟମ୍‌

ଲକ୍ଷ୍ନୌ,୩।୨: ଏଣିକି ଆଉ ଯୁଦ୍ଧ ବିମାନକୁ କକ୍‌ ପିଟ୍‌ରେ ବସି ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ। ଭାରତ ନିଜସ୍ବ ଜ୍ଞାନକୌଶଳ ଦ୍ୱାରା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ ସିଷ୍ଟମ୍‌ ପ୍ରସ୍ତୁତ କରିପାରିଛି। ଏହାକୁ ହିନ୍ଦୁସ୍ତାନ ଏରୋନ୍ୟୁଟିକାଲ ଲିମିଟେଡ୍‌(ଏଚ୍‌ଏଏଲ୍‌)ର ବୈଜ୍ଞାନିକ ତିଆରି କରିଛନ୍ତି। ଏହା ଫେବୃୟାରୀ ୫ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା ଏକ୍ସପୋରେ ପ୍ରଦର୍ଶନ କରାଯିବ। ଏହି ପ୍ରଦର୍ଶନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ଦ୍ୱାରା ଭବିଷ୍ୟତ ଯୁଦ୍ଧ ସହଜ ହେବ। ଫାଇଟର ଯୁଦ୍ଧ ବିମାନ ପାଇଲଟ୍‌ଙ୍କ କଥା ଅନୁସାରେ ଶତ୍ରୁ ଶିବିରକୁ ନିମିଷକେ ଧ୍ୱଂସ କରିବାକୁ ସକ୍ଷମ ହେବ। ନାସିକ୍‌ ଡିଭିଜନ୍‌ରେ ଯୁଦ୍ଧ ବିମାନ ସୁଖୋଇ-୩୦ର କକ୍‌ ପିଟ୍‌ରେ ଏହି ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ ସିଷ୍ଟମ୍‌ ବ୍ୟବହାର କରାଯାଇଛି। ଏହି ପ୍ରୋଜେକ୍ଟରେ ଏଚ୍‌ଏଏଲ୍‌ର ବେଙ୍ଗାଲୁରୁ, ଲକ୍ଷ୍ନୌ ଡିଭିଜନ୍‌ ସହିତ ଅନ୍ୟ ଡିଭିଜନ୍‌ ସହାୟତା କରିଥିବା କୁହାଯାଉଛି।

Share