କତା କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ଲକ୍ଷ ଟଙ୍କାର ସମ୍ପତ୍ତି

ସାକ୍ଷୀଗୋପାଳ/ପିପିଲି, ୩।୬(ଡି.ଏନ.ଏ):  ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଶର୍‌ବ ସାତଶଂଖ ନିକଟ ଶିରିଆପୁର ନାସନାଲ କୟର ଏକ କତା କାରଖାନାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ତିନି ମହଲା କୋଠା ବିଶିଷ୍ଟ ମାଲିକଙ୍କ ବାସଗୃହ ସହିତ କାରଖାନା, ଗୋଦାମ ଏବଂ ଏକ ଡିଭାଇନ ସଂଗଠନର ଷ୍ଟଡି ସେଣ୍ଟରର ଆସବାପତ୍ର, ଉତ୍ପାଦନ ସାମଗ୍ରୀ, କଞ୍ଚାମାଲ, ଯନ୍ତ୍ରପାତି ଆଦି ଜଳିଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି କାରଖାନାର ମାଲିକ ଧୀରେନ୍ଦ୍ର ମୋହନ ପାତ୍ର କହିଛନ୍ତି। ସାକ୍ଷୀଗୋପାଳ ଓ ପିପିଲିରୁ ଆଗ୍ନିଶମ କର୍ମଚାରୀ ଆସି ନିଆଁ ଲିଭାଇବାରେ ଲାଗିଛନ୍ତି। ତୁରନ୍ତ ପୁରୀ ଜିଲାପାଳ ଏହି ଘଟଣାକୁ ଗୁରୁତର ଭାବେ ନେଇ ନିଆଁ ଲିଭାଇବା ପାଇଁ ଅଧିକ ଦମକଳ ନିୟୋଜିତ କଲେ ବଡ଼ ଦୃର୍ଘଟଣାରୁ ରକ୍ଷା ମିଳିପାରିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ ବିଦ୍ୟୁତ୍‌ ସର୍ଟଶର୍କିରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।