କତଡ଼ା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌: ୧ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୬।୮(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର କତଡ଼ା ନିକଟରେ ଭାରସାମ୍ୟ ହରାଇ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ମୃତକ ହେଲେ ଆଠମଲ୍ଲିକର ନାରାୟଣ ସ୍ବାଇଁ (୬୭)।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଆଠମଲ୍ଲିକରୁ ଆସୁଥିବା ଯାତ୍ରୀବାହୀ ବସ୍‌ ସୁଲୁ(ଓଆର୍‌-୧୯-ଏମ୍‌-୫୫୭୪) ଅନୁଗୋଳ ଆସୁଥିବା ବେଳେ କତଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ବସ୍‌ ତଳେ ଚାପି ହୋଇ ନାରାୟଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଓ ଜରପଡ଼ା ପୋଲିସ ସହାୟତାରେ ଗୁରୁତର ଆହତ ହୋଇଥିବା ୧୦ରୁ ଉଦ୍ଧର୍‌ବ ଯାତ୍ରୀଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।