କଣ୍ଡରାପାଟ ପୀଠରେ ଛତରଯାତ୍ରା ବନ୍ଦ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ସହର ଉପକଣ୍ଠ ଝାଙ୍କରପାଲି କଣ୍ଡରାପାଟ ପୀଠରେ ହେବାକୁ ଥିବା ଛତରଯାତ୍ରା ତଥା ଅକ୍ଷୟତୃତୀୟା ପର୍ବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ କରେନା କଟକଣା ପ୍ରାୟ ୭ ଶହ ବର୍ଷର ପରମ୍ପରା ଭାଙ୍ଗି ଦେଇଛି। କେବଳ ପୂଜକଙ୍କ ଦ୍ୱାରା ପରମ୍ପରିକ ପୂଜା ଅନୁଷ୍ଠିତ ହେବ । ଛତରଯାତ୍ରାରେ ବିଭିନ୍ନ ଦେବୀପୀଠ ଓ ସହର ପରିକ୍ରମା, ବଳିକୁ ବନ୍ଦ ରଖାଯାଇଛି ା ଗ୍ରାମବାସୀ ଓ ଭକ୍ତଙ୍କ ସାଧାରଣ ଦର୍ଶନ,ବରୁଆଙ୍କ ଗ୍ରାମ ପରିକ୍ରମା ଉପରେ ରୋକ୍‌ ଲଗାଯାଇଛି । ଏହି ଅବସରରେ ଆୟୋଜିତ ହୋଇ ଆସୁଥିବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ମଧ୍ୟ ବନ୍ଦ ରଖାଯାଇଛି । ଆୟୋଜକ କମିଟି ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଅକ୍ଷୟତୃତୀୟାରେ କଣ୍ଡରାପାଟ ବାବା ଓ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ବୁଲାବାଉତି ରୂପରେ ବରୁଆ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ପରମ୍ପରା ଅନୁସାରେ ଜୁଗାର, ମହୁଲ ଫୁଲ, ଖଇ, ଗୁଡ, ଚାଉଳକୁ ମିଶ୍ରଣ କରି ଦେବୀଙ୍କୁ ଅର୍ପଣ କରାଯାଏ। ମାନସିକ କରିଥିବା ଭକ୍ତମାନେ ଛାଗ ବଳି ଦେଇଥାନ୍ତି । ପ୍ରାୟ ୧ମାସ ପୂର୍ବରୁ ଛତର ଯାତ୍ରା ଆରମ୍ଭ ହୋଇଥାଏ । ମା’ଙ୍କ ଛତରଯାତ୍ରାରେ ବରୁଆ ସହରର ବିଭିନ୍ନ ପୀଠ ପରିକ୍ରମା କରି ମୁଖ୍ୟ ପୀଠରେ ଅକ୍ଷୟତୃତୀୟ ଦିନରେ ପହଞ୍ଚି ଥାନ୍ତି । ଏ ସମ୍ପର୍କରେ ପୂଜକ କହିଛନ୍ତି, କରୋନା ପାଇଁ କେବଳ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ସାଧରଣ ଦର୍ଶନ ବନ୍ଦ ରହିବ । ବଳି ପ୍ରଥାକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri