କଣିହାଁ କୋଇଲା ଖଣିରେ ଗଣ୍ଡଗୋଳ, ମାମଲା ରୁଜୁ

କଣିହାଁ,୨୧ା୧(ଡି.ଏନ.ଏ.)- ଏମ୍‌ସିଏଲ୍‌ର ଅନୁଗୋଳ ଜିଲା କଣିହାଁ କୋଇଲା ଖଣିରେ ପରିବହନ ବ୍ୟବସ୍ଥାକୁ ନେଇ ସୋମବାର ଉତ୍ତେଜନା ସୃଷ୍ଟି ଦେଖାଦେଇଥିଲା। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ଖଣି କର୍ତ୍ତୃପକ୍ଷ ସମାଧାନ ବ୍ୟବସ୍ଥା କରୁ ନ ଥିବାରୁ ଉଚ୍ଚବାଚ ସହ ହାତାହାତି ହୋଇଥିଲା। ଏ ନେଇ କଣିହାଁ ଥାନାରେ ମାମଲା ରୁଜୁ ହୋଇଛି। ଏଥିଯୋଗୁ ଅନେକ ସମୟ ପର୍ଯ୍ୟନ୍ତ ଖଣି କାର୍ଯ୍ୟ ଅଚଳ ହୋଇପଡ଼ିଥିଲା। ବୁଝାଶୁଝା ପରେ ସାରେ ଖଣି କାର୍ଯ୍ୟ ସ୍ବଭାବିକ ହୋଇଛି। ଏ ନେଇ କଣିହାଁ କୋଇଲା ଖଣି ଜିଏମ୍‌ ନାରାୟଣ ଦାସ ଓ ପ୍ରକଳ୍ପ ଅଧିକାରୀ ନାରାୟଣ ପ୍ରସାଦ ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରି ନାହିଁ। କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି, ପରିବହନ ବ୍ୟବସ୍ଥାକୁ ନେଇ ଉଚ୍ଚବାଚ ହୋଇଥିଲା। ପି.ଓ ଦାସଙ୍କ ଅଭିଯୋଗକ୍ରମେ ତୁଳସୀ ପ୍ରଧାନ ଓ ଅନ୍ୟମାନଙ୍କ ନାମରେ ନଂ. ୯/୨୦ରେ ସୋମବାର ମାମଲା ରୁଜୁ ହୋଇଛି। ବୁଝାଶୁଝା ପରେ ଖଣିକାର୍ଯ୍ୟ ସ୍ବାଭାବିକ ଚାଲିଛି।