Categories: ଜାତୀୟ

କଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ହୀରାନଗର ସେକ୍ଟରର ମାନ୍ୟାରି-ଚୋରଗଲି ଅଞ୍ଚଳରେ ପାକିସ୍ତାନ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ ହୋଇଛି। ସକାଳ ୭ଟା ୩୦ରେ ପାକିସ୍ତାନ ପୋଷ୍ଟରୁ ଏଭଳି କରାଯାଇଥିଲା। ଏହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଥିବା କୁହାଯାଉଛି।

Share