Posted inରାଜ୍ୟ

କଠିନ ପରିଶ୍ରମ କରାଇଛି ସଫଳ: ଦିନ ମଜୁରିଆରୁ ଫ୍ୟାକ୍ଟ୍ରି ମାଲିକ

ବନ୍ତଳା,୩ା୭ – ୩୦ ବର୍ଷ ତଳେ ମଜୁରି ଖଟୁଥିବା ମଣିଷ ଆଜି ଦୁଇ ଦୁଇଟି ଫ୍ୟାକ୍ଟ୍ରିର ମାଲିକ। ୧୫ ଶ୍ରମିକଙ୍କ ସେ ନିଯୁକ୍ତିଦାତା। ଦିନକୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଥିବା ବେଳେ ଏବେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବିକ୍ରି ସାମଗ୍ରୀ ଦୁଇ ଫ୍ୟାକ୍ଟ୍ରିରେ ରଖିଛନ୍ତି। କଠିନ ପରିଶ୍ରମ ଓ ଆଗକୁ ବଢ଼ିବାର ଆତ୍ମବିଶ୍ୱାସ ନେଇ ଏହାକୁ ସମ୍ଭବ କରିପାରିଛନ୍ତି ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମର ମେହେଶ୍ୱର ସାହୁ ଓରଫ ମହି (୪୨)।
ଗାଁ ସ୍କୁଲରେ ଅଷ୍ଟମ ଯାଏ ପଢିଥିବା ମହି ମାତ୍ର ୧୩ ବର୍ଷ ବୟସରେ ୧୯୮୯ରେ ଏକ ଟାଇଲ ଫ୍ୟାକ୍ଟ୍ରିରେ କାମ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ଦିନକର ପାରିଶ୍ରମିକ ଥିଲା ମାତ୍ର ୬ ଟଙ୍କା। ସେଠାରେ ଦୁଇ ବର୍ଷ ଶ୍ରମିକ ଭାବେ ଖଟିବା ପରେ ସେ ମିସ୍ତ୍ରି ହେବାକୁ ଉଦ୍ୟମ କରିଥିଲେ। ୧୯୯୧ରେ ଆଉ ଏକ ଟାଇଲ ଫ୍ୟାକ୍ଟ୍ରିରେ ସେ ମିସ୍ତ୍ରି ଭାବେ ଯୋଗଦେଇ ଦିନକୁ ୨୦ ଟଙ୍କା ରୋଜଗାର କଲେ। ପରେ ଢେଙ୍କାନାଳ ଓ ବନ୍ତଳାରେ ଥିବା ଟାଇଲ ଫ୍ୟାକ୍ଟ୍ରିରେ ୪ ବର୍ଷ ମିସ୍ତ୍ରି କାମ କରି ଟାଇଲ, ରିଙ୍ଗ, ଫୁଲ କୁଣ୍ଡ ନିର୍ମାଣରେ ଭଲ ନାମ ଅର୍ଜନ କରିପାରିଲେ। ଏହାପରେ ନିଜେ ଏକ ଟାଇଲ ଫ୍ୟାକ୍ଟ୍ରି କରିବାକୁ ଇଚ୍ଛା କରି ସେ ଦିଗରେ ଉଦ୍ୟମ କଲେ। ନିଜ ସଞ୍ଚୟ ୧୨ ହଜାର ଟଙ୍କାକୁ ପୁଞ୍ଜି କରି ୧୯୯୭ରେ ବନ୍ତଳା ପୋକତୁଙ୍ଗାରେ ଏକ ଫ୍ୟାକ୍ଟ୍ରି ଖୋଲିବାରେ ମହି ସଫଳ ହେଲେ। ସେଠାରେ ଟାଇଲ ସହ ସିମେଣ୍ଟରେ ଫୁଲ କୁଣ୍ଡ, ସ୍କଇଲାଇଟ ଆଦି ତିଆରି କରି ବିକ୍ରି କଲେ। ଭଲ କାର୍ଯ୍ୟ ଜାଣିଥିବାରୁ ତାଙ୍କ ବ୍ୟବସାୟ ଧୀରେ ଧୀରେ ଆଗକୁ ବଢ଼ିଲା। ପୋକତୁଙ୍ଗାରେ ୬ ବର୍ଷ ରହିବା ପରେ ଶଙ୍ଖପୁର ଗ୍ରାମରେ ଘର ନିର୍ମାଣ କରି ସେଠାକୁ ଫ୍ୟାକ୍ଟ୍ରି ସ୍ଥାନାନ୍ତର କଲେ। ୨୦୧୪ ସେ ବଡକେରାରେ ଆଉ ଏକ ଟାଇଲ ଫ୍ୟାକ୍ଟ୍ରି ଖୋଲିଲେ। ଏବେ ଶଙ୍ଖପୁରରେ ୮ ଜଣ ଓ ବଡକେରା ଫ୍ୟାକ୍ଟ୍ରିରେ ୭ ଜଣ ମିସ୍ତ୍ରି, ଶ୍ରମିକଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ବ୍ୟାଙ୍କରୁ ସେ ୧୫ ଲକ୍ଷ ଟଙ୍କାର ଋଣ କରିଥିବା ବେଳେ ଏବେ ତାଙ୍କ ନିକଟରେ ଗୋଟିଏ ପିକ୍‌ଅପ୍‌ ଭ୍ୟାନ ଓ ଗୋଟିଏ କାର ରହିଛି। କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକ୍ରି ସାମଗ୍ରୀ ଓ ଛାଞ୍ଚ ରହିଛି। ଢେଙ୍କାନାଳ ତୁମୁସିଙ୍ଗାର ମାମିଙ୍କୁ ସେ ବିବାହ କରିଥିବା ବେଳେ ସ୍ତ୍ରୀ ମଧ୍ୟ ଫ୍ୟାକ୍ଟ୍ରି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି। ନିଜ ଉପରେ ବିଶ୍ୱାସ ରଖି କାମ କରୁଥିବାରୁ ଏହି ସଫଳତା ମିଳିପାରିଥିବା ମହି ପ୍ରକାଶ କରିଛନ୍ତି।

(ଦୀନେଶ କୁମାର ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri