Posted inଖେଳ

କଟକ ସାଇ ହଷ୍ଟେଲରେ ରହିପାରିବେ ନାହିଁ ଭଲିବଲ ଖେଳାଳି

କଟକ ଅଫିସ,୧୯|୭- ରାଜ୍ୟ ଭଲିବଲ କ୍ରୀଡ଼ା ପ୍ରତି ଘନେଇଛି ବଡ଼ ଧରଣର ସଙ୍କଟ। ଓଡ଼ିଶାକୁ ଭାରତୀୟ କ୍ରୀଡ଼ାର କେନ୍ଦ୍ରସ୍ଥଳ ବୋଲି ବିବେଚନା କରାଯାଉଥିବା ବେଳେ ଭଲିବଲ ଭଳି ଏକ ଅଲିମ୍ପିକ କ୍ରୀଡ଼ାକୁ କଟକ ସାଇ ହଷ୍ଟେଲରୁ ବାଦ ଦେବା ପାଇଁ ଏବେ ନିର୍ଦ୍ଦେଶ ଆସିଛି। ଦେଶର ୨୮ଟି ସାଇ ହଷ୍ଟେଲ ଏହି ନିର୍ଦ୍ଦେଶନାମାରେ ଅର୍ନ୍ତଭୁକ୍ତ ହୋଇଛନ୍ତି। ପ୍ରତ୍ୟେକ ସାଇ ହଷ୍ଟେଲରେ ଅତିକମରେ ୨ଟି ଓ ଅତିବେଶୀରେ ୩ଟି କ୍ରୀଡ଼ାକୁ ସାମିଲ କରାଯିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ତେବେ କଟକ ସାଇ ହଷ୍ଟେଲରୁ ଭଲିଭଲ କ୍ରୀଡ଼ାକୁ ଉଠାଇ ଦିଆଗଲେ ଏହା ରାଜ୍ୟ ଭଲିବଲର ବିକାଶରେ ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଖେଳାଳିମାନେ କହିଛନ୍ତି । ଗତ କିଛିବର୍ଷ ହେବ ରାଜ୍ୟ ଭଲିବଲ ବିକାଶର ପଥରେ ରହିଛି। ଏଣୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଉକ୍ତ ନିଷ୍ପତ୍ତିକୁ ଗ୍ରହଣ କରିବା ରାଜ୍ୟ ଭଲିବଲ ଖେଳାଳିଙ୍କ ପାଇଁ ସହଜ ହୋଇନି । ଏପରିକି ଏବେ କଟକ ସାଇ ହଷ୍ଟେଲରେ ରହୁଥିବା ୧୨ଜଣ ଅନ୍ତେବାସୀଙ୍କୁ ଝାଡ଼ଖଣ୍ଡ ସାଇ ହଷ୍ଟେଲକୁ ପଠାଇ ଦେବାକୁ କୁହାଯାଇଛି ।
ଗତ କିଛି ମାସ ପୂର୍ବେ ନୂଆଦିଲ୍ଲୀଠାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସାଇ ହଷ୍ଟେଲ ଗୁଡ଼ିକୁ ନୂତନ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ବୈଠକରେ କୁହାଯାଇଥିଲା ଯେ, ପ୍ରତ୍ୟେକ ରାଜ୍ୟର ସାଇ ହଷ୍ଟେଲରେ ୨ରୁ ୩ଟି କ୍ରୀଡ଼ାକୁ ରଖାଯିବ । କେଉଁ କ୍ରୀଡ଼ାକୁ ବାଦ ଦିଆଯିବ ସେ ନେଇ ମତାମତ ମଧ୍ୟ ନିଆଯାଇଥିଲା । କଟକ ସାଇ ହଷ୍ଟେଲରେ ମୋଟ ୪ଟି କ୍ରୀଡ଼ା ରହିଛି । ଏହା ହେଲା ଆଥଲେଟିକ, ବାସ୍କେଟବଲ, ଫୁଟବଲ ଓ ଭଲିଭଲ । ଭଲିବଲକୁ ବାଦ ଦେଇ ଉପରୋକ୍ତ ଅନ୍ୟ ତିନି କ୍ରୀଡ଼ା ସୁରକ୍ଷିତ ରହିଛି । ଗତ ୩ବର୍ଷ ତଳେ ଭଲିବଲ ସାଇ ହଷ୍ଟେଲ ସହ ଯୋଡ଼ି ହୋଇଥିଲା । କଟକ ସାଇ ହଷ୍ଟେଲରେ ୧୦୧ଜଣ ଅନ୍ତେବାସୀ ରହିବା ନିମନ୍ତେ ବ୍ୟବସ୍ଥା ହୋଇଛି । ଏହି ୧୦୧ଜଣ ପ୍ରାଧିକରରଣର ରେସିଡେନ୍ସିଆଲ ନିୟମ ଅନୁଯାୟୀ ଅବସ୍ଥାପିତ ହୋଇଛନ୍ତି । ଯେଉଁମାନେ ଏଠାରେ ରହିବା ସହ ଖେଳିବାର ସୁଯୋଗ ପାଇବେ । ପୂର୍ବରୁ କଟକ ସାଇ ହଷ୍ଟେଲରେ ନନ-ରେସିଡେନ୍ସିଆଲ ବ୍ୟବସ୍ଥା ମଧ୍ୟ ଥିଲା । ଯେଉଁ ନିୟମ ଅନୁଯାୟୀ, ଖେଳାଳିମାନେ ଘରେ ରହି ହଷ୍ଟେଲର ଦକ୍ଷ କୋଚ୍‌ଙ୍କ ପାଖରେ ପ୍ରଶିକ୍ଷଣ ନେଇ ପାରିବେ । କିଛି ବର୍ଷ ହେବ ଏଠାରୁ ନନ-ରେସିଡେନ୍ସିଆଲ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ଭଲିବଲକୁ ବାଦ ଦେବା ପାଇଁ ନିର୍ଦ୍ଦେଶ କରାଯିବା ପରେ ମଧ୍ୟ ୧୦୧ଜଣ ଖେଳାଳି ରହିବେ ବୋଲି ସ୍ପଷ୍ଟ କରାଯାଇଛି । ହେଲେ ନିୟମରେ ଏକ ପରିବର୍ତ୍ତନ ଆସିଛି । ବାଳିକା ଓ ବାଳକ ଖେଳାଳି ସମାନ ସଂଖ୍ୟାରେ ରଖିବାକୁ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି । ହେଲେ ଭଲିବଲ ଖେଳକୁ ବାଦ ଦେବା ପଛରେ ଭଲିବଲ କୋଚ୍‌ ଓ ପ୍ରାଧିକରଣର ଅଧିକାରୀଙ୍କ ମଧ୍ୟରେ ବିବାଦ ହିଁ କାରଣ ବୋଲି ରାଜ୍ୟ ଭଲିବଲ ସଂଘର ଜଣେ ପୂର୍ବତନ କର୍ମକର୍ତ୍ତା କହିଛନ୍ତି । ରାଜ୍ୟ ଭଲିବଲ ସଂଘର ସମ୍ପାଦକ ଡ. ଗଗନେନ୍ଦୁ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଭଲିବଲକୁ ସାଇ ହଷ୍ଟେଲରୁ ଉଠାଇ ଦିଆଗଲେ ରାଜ୍ୟ ଭଲିଭଲ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉପରେ ପ୍ରଭାବ ପଡ଼ିବ । ଏହି ନିଷ୍ପତ୍ତିକୁ ଆମେ ବିରୋଧ କରୁ ବୋଲି ଗଗନେନ୍ଦୁ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri