କଟକ: ଦିନକରେ ୯୨ ପଜିଟିଭ

କଟକ ଅଫିସ,୧୩ା୬: କଟକ ଜିଲାର ବିଭିନ୍ନ ଅଞ୍ଚଳରୁ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୯୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କାନପୁରରୁ ୨୬ଜଣ ଚିହ୍ନଟ ହୋଇଥିବାବେଳେ କଟକ ସହରରୁ ଜଣେ, ନିଶ୍ଚିନ୍ତକୋଇଲିରୁ ୪୩, ନିଆଳିରୁ ୧୧, ସାଲେପୁରରୁ ଦୁଇ, ମାହାଙ୍ଗାରୁ ୫ ଏବଂ ଡମପଡ଼ାରୁ ୪ଜଣ ଚିହ୍ନଟ ହୋଇଛନ୍ତି। ମାହାଙ୍ଗାର ୫ଜଣଙ୍କ ମଧ୍ୟରୁ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବାବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଅନ୍ୟ ସମସ୍ତେ ସରକାରୀ ସଙ୍ଗରୋଧ କେନ୍ଦ୍ର ଏବଂ ଗୃହ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସାଲେପୁରରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସ୍‌ସିବି ଏବଂ ଅନ୍ୟ ଜଣଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିସହ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରୁ ୧୨୪ଜଣ ସୁସ୍ଥ ହୋଇଥିବାବେଳେ ଜଣକ ମୃତ୍ୟୁ ହୋଇଛି।