କଟକର ପ୍ରଥମ କରୋନା ସଂକ୍ରମିତଙ୍କ ଅଞ୍ଚଳରେ ବିଶୋଧନ

କଟକ ଅଫିସ,୪। ୪- କଟକ ସହରରେ ପ୍ରଥମ କରୋନା ସଂକ୍ରମିତ ଶୁକ୍ରବାର ଚିନ୍ହଟ ହୋଇଥିଲେ। ସେ ରହୁଥିବା ସଂପୂର୍ଣ୍ଣ ଅଞ୍ଚଳକୁ କଟକ ମହାନଗର ନିଗମ ପକ୍ଷରୁ ଶନିବାର ବିଶୋଧନ କରାଯାଇଛି। ନିଗମର କର୍ମଚାରୀମାନେ ପୁରା ଅଞ୍ଚଳ ବୁଲି କୀଟନାଶକ ସ୍ପ୍ରେ କରିଥିଲେ। ସେହିଭଳି ଦମକଳ କେନ୍ଦ୍ର ସହଯୋଗରେ ସହରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବିଶୋଧନ ପ୍ରକ୍ରିୟା ଜାରି ରହିଥିବା ନିଗମ ପକ୍ଷରୁ ସୂଚନା ମିଳିଛି।