କଟକଣା ମାନୁନାହାନ୍ତି ଲୋକେ, ବ୍ୟାଙ୍କରେ ଭିଡ଼

ଆଠମଲ୍ଲିକ/ବନ୍ତଳା, ୩୦ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କଟକଣା ନ ମାନି ସୋମବାର ଅନୁଗୋଳ ଜିଲାର ବିଭିନ୍ନ ବ୍ୟାଙ୍କର ଲୋକେ ଗହଳି ଜମାଇଥିବା ଦେଖତ୍ବାକୁ ମିଳିଛି । ଆଠମଲ୍ଲିକ ସଦର ମହକୁମା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଭତ୍ତା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ଭିଡ଼ ଜମାଇଥିଲେ। ଆଠମଲ୍ଲିକ ବ୍ଲକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ହୋଇ ଲୋକେ  କଟକଣା ଆଦୌ ମାନି ନ ଥିବା ଦେଖାଯାଇଥିଲା। ସେହିପରି ବନ୍ତଳା ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖରେ ସକାଳେ ବହୁ ସଂଖ୍ୟାରେ ଲୋକେ ଜମା ହୋଇଯାଇଥିଲେ।