କଟକଣା ମଧ୍ୟରେ ଚାଲିବ ହାଟ; ରହିବ ୫ ଫୁଟର ବ୍ୟବଧାନ

ଅନୁଗୋଳ ଅଫିସ, ୧୩।୪- କରୋନା ପାଇଁ ଚାଷୀ କୁଳ ଓ କ୍ଷୁଦ୍ର ବ୍ୟବସାୟୀମାନେ ସମସ୍ୟାରେ ପଡ଼ିଥିଲେ। ବିଶେଷକରି ହାଟଗୁଡ଼ିକ ଉପରେ ପ୍ରଶାସନ ଓ ପୋଲିସ କଟକଣା ଲଗାଇଥିବାରୁ କ୍ଷେତରେ ଫଳିଥିବା ପରିବା ଚାଷୀମାନେ ବିକ୍ରି ପାଇଁ ଆଣିପାରୁ ନ ଥିଲେ। ଫଳରେ ଖାଉଟିମାନେ ଚଢ଼ା ଦରରେ ପନିପରିବା କିଣୁଥିଲେ। ଏବେ କିନ୍ତୁ ଅନୁଗୋଳ ଜିଲାରେ କୌଣସି ହାଟ ବନ୍ଦ ହେବ ନାହିଁ। ସାମାଜିକ ଦୂରତା ରକ୍ଷା ସହ ବ୍ୟବସାୟୀଙ୍କ ମଧ୍ୟରେ ଯଥା ସମ୍ଭବ ଦୂରତା କିପରି ରହିବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ଅନୁଗୋଳ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଜିଲାର ବିଭିନ୍ନ ସ୍ଥାନରେ ବସୁଥିବା ହାଟଗୁଡ଼ିକ ପୂର୍ବ ସ୍ଥାନରେ ହେବ। କିଛି ହାଟ ନିକଟରେ ଥିବା ପଡ଼ିଆକୁ କେତେଜଣ ବ୍ୟବସାୟୀ ଓ ଚାଷୀଙ୍କୁ ଉଠାଯିବ। ପଡ଼ିଆର ବିଭିନ୍ନ ପାର୍ଶ୍ୱରେ ସେମାନଙ୍କୁ ବସାଯାଇ ବ୍ୟବସାୟ କରିବାକୁ ଅନୁମତି ପ୍ରଦାନ କରାଯିବ। ଏ ନେଇ ଜିଲାରେ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ଅଧିକାରୀମାନେ ଉକ୍ତ ଅଞ୍ଚଳକୁ ଯାଇ କେଉଁଠି ବ୍ୟବସାୟୀମାନେ ବସିବେ ତାହାର ବ୍ୟବସ୍ଥା କରିବେ। ଯଥା ସମ୍ଭବ ସେମାନଙ୍କ ମଧ୍ୟରେ ଦୂରତାକୁ ଧ୍ୟାନ ଦିଆଯିବ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବା ସହ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଆର୍ଥିକ ସ୍ବଚ୍ଛଳ ହେବେ। ଜିଲାବାସୀ ମଧ୍ୟ କମ୍‌ ଦରରେ ତଟକା ପରିବା ପାଇପାରିବେ। ଅନ୍ୟପକ୍ଷରେ ଅନୁଗୋଳ ସହରରେ ବସୁଥିବା ସାପ୍ତାହିକ ହାଟରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ବ୍ୟବସାୟୀମାନଙ୍କୁ ବିଭିନ୍ନ ପିଣ୍ଡିରେ ବସାଯାଇ ଥିବାବେଳେ ଲୋକଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ। ସେ ନେଇ ପୋଲିସ ପକ୍ଷରୁ ନଜର ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri