କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତଚରଣଙ୍କ ଇସ୍ତଫା: ରାଜ୍ୟରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି ଅନେକ ତୁଙ୍ଗ ନେତା। ଶୁକ୍ରବାର ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି।

ଭକ୍ତ କଂଗେସ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଥିଲେ। ମାତ୍ର ନିର୍ବାଚନ ବେଳେ ସେ ପ୍ରଚାର କରି ପାରି ନ ଥିଲେ। ଅପରପକ୍ଷେ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ସେ। ଏହାଛଡ଼ା ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।