କଂଗ୍ରେସ ପକ୍ଷରୁ ଖାଦ୍ୟ ବଣ୍ଟନ

ବାଲେଶ୍ୱର ଅଫିସ, ୧୫।୪-କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ନେଇ ସମଗ୍ର ବାଲେଶ୍ୱର ସହରରେ ଜିଲା ପ୍ରଶାସନ ପକ୍ଷରୁ ତାଲା ବନ୍ଦ ଘୋଷଣା କରଯାଇଥିବାରୁ ସହରର ଗରିବ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗରିବ ଲୋକଙ୍କ ଦୁର୍ଦ୍ଦିନ ସମୟରେ ସେମାନଙ୍କୁ ସାହା ହେବା ପାଇଁ ଜିଲା କଂଗ୍ରେସ କମିଟି ୭ ଦିନ ହେଲା ବିଭିନ୍ନ ୱାର୍ଡ଼ରେ ଲୋକମାନଙ୍କ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ଓ ରନ୍ଧା ଖାଦ୍ୟ ବଣ୍ଟନ କରିବା ଆରମ୍ଭ କରିଛି। କଂଗ୍ରେସ କର୍ମକର୍ତ୍ତାମାନେ ପୌରପାଳିକା ଅନ୍ତର୍ଗତ ୭, ୯, ୧୦ ଓ ୧୭ ନମ୍ବର ୱାର୍ଡ଼ରେ ପ୍ରାୟ ୨ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ପ୍ୟାକେଟ୍‌ ବଣ୍ଟନ କରିଥିଲେ। ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ପରାମର୍ଶ ମୁତାବକ ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଡିଷ୍ଟ୍ରିକ୍ଟ କଣ୍ଟ୍ରୋଲ ରୁମ୍‌ ଇନଚାର୍ଜ ସଞ୍ଜୀବ ଗିରି, ନଗର ସଭାପତି ପଦ୍ମଲୋଚନ ଲେଙ୍କା, ପୂର୍ବତନ ଉପସଭାପତି ଗୋପୀନାଥ ପାଢୀ, ଅର୍ଚ୍ଚନା ନନ୍ଦୀ, ସୁବ୍ରତ ଦାସ, ତୁଷାରକାନ୍ତ ତପସ୍ବୀ, ଜ୍ଞାନେନ୍ଦ୍ର ମହାନ୍ତି, ରଞ୍ଜନ ଦାସ, ଗୌତମ ସାହୁ, ଜୀବନ ମହାପାତ୍ର, ମୁସ୍ତାଫିକ ଖାନ୍‌, ଶେଖ୍‌ ଅସଗର ଅଲ୍ଲୀ, ଦେବଦତ ଦାସ, ଯୁବନେତା ସରୋଜ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।