ଔଷଧ ୩ଘଣ୍ଟା, ପରୀକ୍ଷା ୪ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୧୮ା୧୦- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଉପରେ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ ସରକାର ଏବେ ଅନେକ ସୁବିଧା ମାଗଣା କରି ଦେଇଥିବାରୁ ମେଡ଼ିକାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ହେଲେ ତଦନୁଯାୟୀ ଭିତ୍ତିଭୂମି ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ସୀମିତ ଭିତ୍ତିଭୂମି ଏବଂ ସମ୍ବଳରେ ଚାଲିଛି ବଡ଼ ମେଡ଼ିକାଲ। ପରିସ୍ଥିତି ଏମିତି, ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ନିରାମୟ ଔଷଧ ପାଇବାକୁ ୩ଘଣ୍ଟାରୁ ଅଧିକ ଏବଂ ଆଞ୍ଚଳିକ ନିଦାନ କେନ୍ଦ୍ର(ଆର୍‌ଡିସି)ରେ ରକ୍ତ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ ୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ଏହା ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି।
ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ନିରାମୟ ଯୋଜନା। ଏଥିରେ ବଡ଼ ମେଡ଼ିକାଲ୍‌ରେ ୮ କାଉଣ୍ଟର୍‌ ଖୋଲାଯାଇଛି। ପୁରୁଷଙ୍କ ପାଇଁ ୪ ଏବଂ ମହିଳାଙ୍କ ପାଇଁ ୪ କେନ୍ଦ୍ର ରହିଛି। ହେଲେ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁ ଏହି ୮ କେନ୍ଦ୍ର ମଧ୍ୟ ନିଅଣ୍ଟ ପଡ଼ୁଛି । ଧାଡ଼ିରେ ଠିଆ ହୋଇଥିବା କେତେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ସେମାନଙ୍କ ମଧ୍ୟରୁ ଅନେକ ୩ଘଣ୍ଟାରୁ ଅଧିକ ସମୟ ଠିଆ ହେଉଛନ୍ତି। ସେଥିରେ ପୁଣି ଅନେକ ଔଷଧ ମିଳୁନି । ଡାକ୍ତର ଯଦି ୧୦ ଔଷଧ ଲେଖିଥିବେ, ତେବେ ସେଥିରୁ ୬ ମିଳିବା କଷ୍ଟକର। ଔଷଧ ଚିଠା ଲେଖିବା ବେଳେ ଡାକ୍ତର କହୁଛନ୍ତି, ସବୁ ନିରାମୟ କେନ୍ଦ୍ରରେ ମିଳିବ। ହେଲେ ଅଧିକାଂଶ ମିଳୁନି। ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି, ତାହାର ଦାମ୍‌ ଯଥେଷ୍ଟ ଅଧିକ ରହୁଛି । ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍‌ରେ ଔଷଧ କିଣିବା ସମ୍ଭବ ହେଉନାହିଁ। ଅନ୍ୟପଟେ ଡାକ୍ତରମାନେ ଔଷଧ କମ୍ପୋଜିଶନ୍‌ ଲେଖିବା ବଦଳରେ କମ୍ପାନୀର ନାମ ଲେଖୁଛନ୍ତି। ବଡ଼ ବଡ଼ କମ୍ପାନୀ ଔଷଧ ନିରାମୟ କେନ୍ଦ୍ରରେ ମିଳୁନି। ଜେନେରିକ୍‌ ବଦଳରେ ବ୍ରାଣ୍ଡେଡ୍‌ ଔଷଧ ଲେଖାଯାଉଛିି। ଡାକ୍ତର ଏବଂ ଔଷଧ କମ୍ପାନୀଙ୍କ ମଧ୍ୟରେ ଭିତିରି ସଲାସୁତରାର ଶିକାର ହେଉଛନ୍ତି ଗରିବ ରୋଗୀ। ଏଣୁ ରାଜ୍ୟ ସରକାର ତୁରନ୍ତ ନିରାମୟ କେନ୍ଦ୍ରରେ କାଉଣ୍ଟର୍‌ ବଢ଼ାଇବାର ଆବଶ୍ୟକତା ରହିଛି। ସେହିଭଳି କେନ୍ଦ୍ରରେ ଅଧିକ ପ୍ରକାରର ଔଷଧ ଉପଲବ୍ଧ କରାଗଲେ, ରୋଗୀମାନେ ଔଷଧ କମ୍ପାନୀ ଓ ଡାକ୍ତରଙ୍କ ଶୋଷଣରୁ ମୁକ୍ତି ପାଇପାରିବେ ବୋଲି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି।
ସେହିଭଳି ରୋଗ ଚିହ୍ନିବା ପାଇଁ ରୋଗୀଙ୍କ ରକ୍ତ, ମଳ ଓ ମୂତ୍ର ଆଦି ପରୀକ୍ଷା କରିବା ଜରୁରୀ। ବଡ଼ ମେଡ଼ିକାଲ୍‌ରେ ଆର୍‌ଡିସି ଏବଂ କଲେଜରେ ପରୀକ୍ଷା ବ୍ୟବସ୍ଥା ରହିଛି । ହେଲେ କଲେଜ ଅପେକ୍ଷା ଆର୍‌ଡିସିରେ ଭିଡ଼ ଅଧିକ ରହୁଛି । ସମସ୍ତ ପ୍ରକାର ପରୀକ୍ଷା ସୁବିଧା ଥିବା ଯୋଗୁ ଏଠାରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହୁଛି। ଅନେକ ସମୟରେ ରୋଗୀଙ୍କୁ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଖରା, ବର୍ଷା ମାଡ଼ ଖାଇ ରୋଗୀ ଏବଂ ସମ୍ପର୍କୀୟମାନେ ପରୀକ୍ଷା ପାଇଁ ନମୂନା ଦେବାକୁ ଧାଡ଼ିରେ ଅପେକ୍ଷା କରୁଛନ୍ତି। ସେଥିରେ ପୁଣି ନମୂନା ସଂଗ୍ରହ ପାଇଁ ୨ କାଉଣ୍ଟର୍‌ ରହିଛି। ଜଣେ ରୋଗୀ ଗୋଟିଏ କାଉଣ୍ଟର୍‌ରେ ୪ଘଣ୍ଟା ଠିଆ ହୋଇ ରକ୍ତ ନମୂନା ଦେବା ପରେ ମୂତ୍ର ନମୁନା ଦେବାକୁ ଧାଡିରେ ଠିଆ ହେବାକୁ ପଡ଼ୁଛି। ଏକକ କାଉଣ୍ଟର୍‌ ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲେ ମଧ୍ୟ ତାହା ପୂରଣ ହୋଇପାରୁନି। ଦିନକୁ ପ୍ରାୟ ୪ଶହ ରୋଗୀ ଆସୁଛନ୍ତି। ପୂର୍ବାହ୍ନ ସାଢ଼େ ୯ରୁ ସାଢ଼େ ଗୋଟାଏ ଏବଂ ଅପରାହ୍ନ ୩ରୁ ୬ଟା ପର୍ଯ୍ୟନ୍ତ ନମୂନା ସଂଗ୍ରହ କରାଯାଉଛି। ୧୫ କର୍ମଚାରୀଙ୍କର ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୧୦ଜଣ। ଫଳରେ ଆର୍‌ଡିସିରେ ପରୀକ୍ଷା ବ୍ୟବସ୍ଥାରେ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।
ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ କୁହନ୍ତି, ନୂଆ କୋଠାକୁ ସ୍ଥାନାନ୍ତର ପରେ ଆର୍‌ଡିସି ବ୍ୟବସ୍ଥିତ ହୋଇଯିବ । ସେଠାରେ ଅଧିକ ଜାଗା ଥିବା ଯୋଗୁ ଭିଡ଼ ହେବ ନାହିଁ। ସେହିଭଳି ନିରାମୟ କେନ୍ଦ୍ର ଲାଗି ଅଧିକ ପ୍ରକାର ଔଷଧ କିଣିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri